ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଚେତନ ଚୌହ୍ୱାଣଙ୍କ ପରଲୋକ

0 428
greentech

ନୂଆଦିଲ୍ଲୀ/ଲକ୍ଷ୍ନୌ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହ୍ବାନ କରୋନା ସଂକ୍ରମିତ ହେବା ଜଣାପଡ଼ିଥିଲା । ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି କରାଯାଇଥିଲା ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖା ଦେଇ ନ ଥିଲା । ଆଜି ସନ୍ଧ୍ୟାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଡ଼ାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।

ଚେତନ ୧୯୬୯ରେ ଭାରତ ପାଇଁ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ନ୍ୟୁଜିଲାଣ୍ଡ ବିରୋଧରେ ବ୍ରାବର୍ନୋ ଷ୍ଟାଡ଼ିଅମରେ ସେ ୨୫ ସେପ୍ଟେ୍ମ୍ବର ୧୯୬୯ରେ ପ୍ରଥମ ଟେଷ୍ଟ ଖେଳିଥିଲେ । ସେହି ନ୍ୟୁଜିଲାଣ୍ଡ ବିରୋଧରେ କଲକତାର ଇଡ଼େନ ପାର୍କରେ ୧୯୮୧ ମସିହା ମାର୍ଚ ୧୩ରେ ସେ ଖେଳିଥିଲେ ତାଙ୍କର ଶେଷ ଟେଷ୍ଟ । ଅନୁରୂପ ଭାବରେ ସେ ୭୮ ମସିହାରେ ପାକିସ୍ଥାନ ବିରୋଧରେ  ଦିନିକିଆ ଜୀବନ ଆରମ୍ଭ କରିଥିଲେ । ଏକଦା ଗାଭାସ୍କରଙ୍କ ସହ ଭାରତୀୟ ଟେଷ୍ଟ ଦଳର ଓପନିଂ କରୁଥିବା ଚେତନ ୪୦ ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଗାଭାସ୍କର-ଚେତନଙ୍କ ମଧ୍ୟରେ ୧୦ଟି ଶତକୀୟ ଭାଗିଦାୀ ସହ ୩୦୦୦ ଟେଷ୍ଟ ରନ୍ ରେକର୍ଡ଼ ରହିଛି । ୪୦ଟି ଟେଷ୍ଟ ମ୍ୟାଚରୁ ସେ ୨୦୮୪ ରନ ସଂଗ୍ରହ କରିଥିଲେ ହେଁ ତାଙ୍କ ଜୀବନରେ ଗୋଟିଏ ବି ଟେଷ୍ଟ ଶତକ ହାସଲ କରିପାରି ନ ଥିଲେ । କ୍ରିକେଟ ଜୀବନରୁ ଅବସର ନେବା ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଚୌହା୍ନ ଆମରୋହୀ ଲୋକସଭା ଆସନରୁ ସେ ୧୯୯୧ ଓ ୧୯୯୮ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ୧୯୯୯ ଓ ୨୦୦୪ରେ ସେ ଲୋକସଭା ନିର୍ବାଚନ ହାରି ଯାଇଥିଲେ ।

୧୯୪୭ ମସିହା ଜୁଲାଇ ୨୧ ତାରିଖରେ ଉତ୍ତରପ୍ରଦେଶର ବରେଲୀରେ ଜନ୍ମିତ ଚେତନ​‌ ଚୌହ୍ହାନଙ୍କୁ ମୃତ୍ୟୁବେଳକୁ ୭୩ ବର୍ଷ ହୋଇଥିଲା । ଚେତନଙ୍କୁ ମିଶାଇ ଉତ୍ତର ପ୍ରଦେଶ ସରକାରର ୨ ଜଣ ମନ୍ତ୍ରୀ କରୋନାକାଳରେ ମୃତ୍ୟୁବରଣ କରିଛନ୍ତି । ଏହାପୂର୍ବରୁ କମଳ ରାଣୀ ବରୁଣ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଚିକିତ୍ସାଧୀନ ଥିବା ଅବସ୍ଥାରେ ଚେତନଙ୍କର ଏକ କିଡ଼ନୀ ଅଚଳ ହୋଇ ଯାଇଥିବା ଗତକାଲି ଡ଼ିଡ଼ିସିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ତାଙ୍କୁ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର) ମଧ୍ୟରେ ରଖା ଯାଇଥିଲା ।

Leave A Reply

Your email address will not be published.

eighteen − 5 =

error: Content is protected !!
Open chat