ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

0 316
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭: ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ ଆଗେଇ ନେବାର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବଦୋୟ ଯୋଜନା ପୂର୍ବ ଭାରତକୁ ଜାତୀୟ ଅଭିବୃଦ୍ଧିରେ ଆଗେଇ ନେବ । ଆଗାମୀ ଦିନରେ ପୂର୍ବ ଭାରତ ସମ୍ପୂର୍ଣ୍ଣ ଇସ୍ପାତ୍‌ର ପେଣ୍ଠସ୍ଥଳି ହେଲେ ସ୍ଥାନୀୟ ଅଂଚଳରେ ଅର୍ଥନୀତି ସୁଦୃଢ ହେବ ଏବଂ ଯୁବକଙ୍କ ପାଇଁ ଗୋଟିଏ ବଡ ଆକାରର ସୁଯୋଗ ସୃଷ୍ଟି ହେବ । ଏହି ଯୋଜନା ଆତ୍ମନିର୍ଭର ଭାରତ ତିଆରି କରିବାରେ ମଧ୍ୟ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


ପୂର୍ବ ଭାରତରେ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାର ଲକ୍ଷ୍ୟ ନେଇ ହୋଇଥିବା ଏହି ବୈଠକରେ ଇସ୍ପାତ୍ ମନ୍ତ୍ରାଳୟ ଓ ସିପିଏସଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଇସ୍ପାତ୍‌ର ରପ୍ତାନୀ ବୃଦ୍ଧି, ଉଚ୍ଚକୋଟୀର ସାମଗ୍ରୀ ଉତ୍ପାଦନରେ ଉନ୍ନତି, ଆମଦାନୀ, ମୂଲ୍ୟ ଏବଂ ଇସ୍ପାତ୍ କ୍ଲଷ୍ଟର ଉପରେ ଭବିଷ୍ୟତର ରୋଡମ୍ୟାପ୍ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

7 − three =

error: Content is protected !!
Open chat