ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଚିଠି ସଂଶୋଧନ ହେଉ ‘ଜନ ଗଣ ମନ…’

0 485
greentech

ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ …. ’ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ। ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ)କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଚିଠିର ଏକ ନକଲ ସେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି। ସ୍ବାମୀ ଏଥିରେ ଲେଖିଛନ୍ତି ଯେ ୧୯୪୩ ଅକ୍ଟୋବର ୨୧ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ମଣିପୁର ଦଖଲ କରିବା ପରେ ‘ଜନଗଣ ମନ..’କୁ ରାଷ୍ଟ୍ରୀୟ ଗାନ ବା ଜାତୀୟ ସଂଗୀତ ମାନ୍ୟତା ଦେଇ ଗାନ କରିଥିଲା। ସେତେବେଳେ ନେତାଜୀ ମୂଳ କବିତାରେ ସାମାନ୍ୟ ପରିବର୍ତ୍ତନ କରିଥିଲେ। ସାମ୍ପ୍ରତିକ ପରିପ୍ରେକ୍ଷୀରେ ନେତାଜୀ ଓ ଆଇଏନଏ ଦ୍ବାରା ଗାନ କରାଯାଇଥିବା ସଂଶୋଧିତ ଗୀତଟି ଅଧିକ ପ୍ରଯୁଜ୍ୟ ମନେହୁଏ। ତା’ଛଡ଼ା ସମ୍ବିଧାନ ସଭାରେ ଜନ-ଗଣ-ମନକୁ ଜାତୀୟ ସଂଗୀତର ସ୍ବୀକୃତି ପ୍ରଦାନ କରାଯିବା ସମୟରେ ଆବଶ୍ୟକସ୍ଥଳେ ଏହାର ସଂଶୋଧନ କରାଯାଇପାରିବ ବୋଲି ଧାର୍ଯ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ‘ଜନ-ଗଣ-ମନ’ରେ ଆବଶ୍ୟକ ସଂଶୋଧନ ଅଣାଯାଉ ବୋଲି ସ୍ବାମୀ ଯୁକ୍ତି ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ ‘ଜନ-ଗଣ-ମନର’ର ରଚୟିତା ହେଉଛନ୍ତି ବିଶ୍ବକବି ରବୀନ୍ଦ୍ରନାଥ୍ ଠାକୁର। ଏହି କବିତାକୁ ୧୯୧୧ ଡିସେମ୍ବର ୨୭ରେ କଲକାତାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ପ୍ରଥମେ ଗାନ କରାଯାଇଥିଲା। ବିଶ୍ବକବିଙ୍କ ‘ଭାରତ ଭାଗ୍ୟବିଧାତା’ କବିତାର ୧୩ଟି ଧାଡିରୁ ଏହା ଉଦ୍ଧୃତ କରାଯାଇଥିଲା; ତେବେ କବିତାରେ ଜନ-ଗଣ-ମନ ଅଧିନାୟକ କାହାକୁ ସମ୍ବୋଧିତ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବାରୁ ଅନେକ ସମୟରେ ବିବାଦ ଦେଖାଦେଇଛି। ଏବେ ଏହି ସନ୍ଦେହ ଦୂର କରିବା ପାଇଁ ନେତାଜୀ ସୁଭାଷଙ୍କ ଦ୍ବାରା ଗାନ କରାଯାଇଥିବା ଗୀତକୁ ଗ୍ରହଣ କରିବା ଲାଗି ସ୍ବାମୀ ପ୍ରସ୍ତାବ ଦେଇଛନ୍ତି। ଜାତୀୟ ସଙ୍ଗୀତର ସଂଶୋଧନ ପ୍ରସ୍ତାବ ସଂସଦର ଉଭୟ ଗୃହରେ ଗୃହୀତ ହେବା ଆବଶ୍ୟକ।

Leave A Reply

Your email address will not be published.

3 × 1 =

error: Content is protected !!
Open chat