ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ସମସ୍ତଙ୍କୁ ମିଳିବ ମାଗଣା ଟିକା

0 450
greentech

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଜାରି ରହିବା ସହ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଅନେକ କିଛି ନୂଆ ଘୋଷଣା କରିଛନ୍ତି। ସମସ୍ତ ଦେଶବାସୀଙ୍କୁ ମାଗଣା ଟିକା ମିଳିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସେହିପରି ନଭେମ୍ବର ମାସ ଯାଏ ଲୋକଙ୍କୁ ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ। କରୋନା ପାଇଁ ଯେଉଁମାନଙ୍କର ଜୀବିକା ବିପନ୍ନ ହୋଇଛି ସେମାନଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ଟିକାକରଣ ଅଭିଯାନକୁ ବ୍ୟାପକ କରାଯିବ। ଜୁନ ୨୧ ତାରିଖରୁ ୧୮ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗାଣା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଉତ୍ପାଦିତ ଟିକାର ୭୫% ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କହିିଛନ୍ତି। ରାଜ୍ୟ ସରକାରମାନଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ। ଅନ୍ୟ ପକ୍ଷରେ ଯେଉଁମାନେ ଚାହିଁବେ ଘରୋଇ ହସ୍ପିଟାଲରେ ୧୫୦ ଟଙ୍କାର ସେବାକର ଦେଇ ଟିକା ନେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

eight + 19 =

error: Content is protected !!
Open chat