ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୁଦ୍ଧରେ ଦିଲ୍ଲୀ ନେପାଳ ଦୂତାବାସ ବାହାରେ ନେପାଳୀ ନାଗରିକଙ୍କ ବିକ୍ଷୋଭ ପ୍ରଦର୍ଶନ

0 466
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାଵା କରିଛନ୍ତି ଯେ ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅବସ୍ଥିତ l ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଥିବା ଅଯୋଧ୍ୟା ନକଲି ଅଯୋଧ୍ୟା ଓ ଭଗବାନ ଶ୍ରୀରାମ ଚନ୍ଦ୍ର ହେଉଛନ୍ତି ନେପାଳୀ ନାଗରିକ l ନେପାଳ ପ୍ରଧାନମନ୍ତ୍ରୀଙ୍କର ଏହି ବୟାନ ପରେ ଦିଲ୍ଲୀରେ ନେପାଳ ଦୂତାବାସ ବାହାରେ ଗତକାଲି ସନ୍ଧ୍ୟାରେ ନେପାଳର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ l ପ୍ରଦର୍ଶନ କାରି ମାନେ ନେପାଳ ସରକାରଙ୍କ ବିରୁଦ୍ଧରେ ନାରାଦେଇ କହିଥିଲେ ଭାରତ ସର୍ବଦା ନେପାଳର ବନ୍ଧୁ ଓ ଚୀନ ସର୍ବଦା ଶତ୍ରୁ ହୋଇ ରହିବ l

ପ୍ରଦର୍ଶନ କାରୀ ମାନେ କହିଛନ୍ତି ଯେ ଭାରତ ଓ ନେପାଳର ସମ୍ପର୍କ ସର୍ବଦା ଐତିହାସିକ ହୋଇ ରହିଛି l ନେପାଳର ସବୁ ଦୁଃଖସୁଖରେ ଭାରତ ତା ସହିତ ଠିଆ ହୋଇଛି l ଏହି କଥାକୁ ନେପାଳର ରାଜନେତା ମାନେ ଭୁଲି ଯାନ୍ତୁ ପଛେ ନେପାଳୀ ନାଗରିକ ମାନେ ଏହା ମାନେ ରଖିଛନ୍ତି l

ନେପାଳରେ ଆଦିକବି ଭାନୁଭକ୍ତଙ୍କ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଯୋଗଦେଇ କହିଥିଲେ ଯେ “ଏହି କଥା ସତ୍ୟ ଯେ ମା ସୀତାଙ୍କ ବିବାହ ରାମଙ୍କ ସହିତ ହୋଇଥିଲା କିନ୍ତୁ ସେହି ରାମ ଭାରତର ନଥିଲେ ବରଂ ରାମ ନେପାଳର ଥିଲେ l “ପ୍ରମାଣ ପାଇଁ ଓଲି ରାମଙ୍କର ଠିକଣା ମଧ୍ୟ ଜଣାଇଦେଲେ l

ସୂଚନା ଯୋଗ୍ୟ ଯେ ଓଲି ନିଜର ପ୍ରଧାନମନ୍ତ୍ରୀ ପଦକୁ ବଞ୍ଚାଇବା ପାଇଁ ଭାରତ ବିରୁଦ୍ଧରେ ନେପାଳୀ ଭାବନାକୁ ଭଡକାଇବାକୁ ଲାଗିଛନ୍ତି l ସେ ଚୀନର ହଁ ରେ ହଁ ମିଳାଇ ଭାରତ ସହିତ ନୂଆନୂଆ ବିବାଦ ଆରମ୍ଭ କରି ଦେଇଛନ୍ତି l କିନ୍ତୁ ସିଏ ଯେଉଁ ଭାରତ ବିରୁଦ୍ଧରେ ରାମଚନ୍ଦ୍ର ଓ ଅଯୋଧ୍ୟାକୁ ନେଇ ବୟାନ ଦେଇଛନ୍ତି କେବଳ ତାଙ୍କର ଏହା ମାନସିକ ବିକୃତି କୁହାଯାଇ ପାରିବ l

Leave A Reply

Your email address will not be published.

6 − 3 =

error: Content is protected !!
Open chat