ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟ ସରକାର ବିଫଳ : ଦିଲୀପ ମହାନ୍ତି

0 320
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : ରାସ୍ତା ପାର୍ଶ୍ୱ ଉଠା ଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର)ବୀମାଭୃକ୍ତ କରାଇପ୍ରିମିୟମ ରାଶି ରାଜ୍ୟସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଥିଲା। ଏହାର ଜବାବରେ ସରକାରୀ ଦଳମୁଖପାତ୍ର କିଛି ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ରାଜ୍ୟ ସରକାର ଜଣ ପିଛା ୩୦୦୦ ହଜାର ଟଙ୍କାକରି ୪୫,୬୦୦ ଜଣ ରାସ୍ତା ପାର୍ଶ୍ୱ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି।

  • ଓଡିଶାରେ କୋଭିଡ ପରିଚାଳନା ନୈରାଶ୍ୟଜନକ
  • ରାସ୍ତା ପାର୍ଶ୍ୱ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା। ଏହାର କଟ ଅଫ ତାରିଖ କେବେ।
  • ରାଜ୍ୟ ସରକାରଙ୍କ କୈାଣସି ୱେବ୍‌ସାଇଟ୍‌ରେ ରାସ୍ତା ପାର୍ଶ୍ୱ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ତାଲିକା କାହିଁକି ପ୍ରକାଶ କରାଯାଇନାହିଁ।
  • ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲଟି ଓ ୬୧ଟି ଏନ୍‌ଏସି ଗୁଡିକରେ ରାସ୍ତା ପାର୍ଶ୍ୱ ଉଠାଦୋକନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ।
  • ଶାସକ ବିଜେଡି ମୁଖପାତ୍ରଙ୍କ ଲିଖିତ ବୟାନ ଆମକୁ ଆଶ୍ଚଯ୍ୟ କରିଛି ଏବଂ ୪୫, ୬୦୦ଟି ରାସ୍ତା ପାର୍ଶ୍ୱ ଉଠା ଦୋକାନୀମାନଙ୍କର ତାଲିକା ସରକାର କେଉଁଠୁ ଆଣିଲେ।
  • ରାସ୍ତା ପାର୍ଶ୍ୱ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ତାଲିକା ଭୃଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେବେ ନାହିଁ ତ ରାଜ୍ୟସରକାର।
  • ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ପାଇଁ ଲାଗୁ କରିଥିବା ଯୋଜନାକୁ ସମୀକ୍ଷା କରିଥିଲେ, ଦେଶର ୨ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି। ଓଡିଶାରେ ଏହାର ସଂଖ୍ୟା କେତେ।
  • ଗତ ୨୭ ଜୁଲାଇ ସୁଦ୍ଧା ଏସ-ୟୁ-ଡି-ଏ (ସୁଡା)ଓ ବିଏ-ମ-ସି ମିଳିତ ବୈଠକ କରି ଉପରଠାଉରିଆ ଭାବେ ପ୍ରେସ ରିଲିଜ ଦେଲେ ଯାହାର କୌଣସି ନିଦ୍ଦିଷ୍ଟ ଖସଡା ପ୍ରସ୍ତୁତ ହୋଇନାହିଁ
  • ଭୁୁବନେଶ୍ୱର ଉଠାଦୋକାନୀ ମାନଙ୍କୁ ପଂଜୀକରଣ କରିବା ପାଇଁ ରାଜ୍ୟସରକାର ଧାର୍ଯ୍ୟ କରିଥିବା ତାରିଖକୁ ଜୁନ୍ ୧, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ
  • ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନିଜେ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାନ୍ତୁ
  • ଭୁବନେଶ୍ୱର ମହାନଗରରେ ୩ଟି ଜୋନାଲ୍ ଅଫିସରେ ଇ-ରେଜିଷ୍ଟେସେନ୍ ପାଇଁ ହେଲ୍ପ ଡେକ୍ସ ଖୋଲାଯାଉ
  • କୋଭିଡ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ ‘କୋଭିଡ-୧୯ ଆସିଷ୍ଟାଂଟ କେୟାର’ କରି କୋଭିଡ ସଂପର୍କିତ ସୂଚନା ଦେବା ପାଇଁ ବିଜେପିର ପରାମର୍ଶ
  • ଭୁବନେଶ୍ୱର ଦାୟୀତ୍ୱରେ ଥିବା ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀ ଦିନକୁ ୧୪ ଶହ କୋଭିଡ ଟେଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ ଏବଂ ୬୭ ଟି ୱାର୍ଡରେ ୬ଟି ସ୍ଥାନରେ ୮୭୦ ଶର୍ଯ୍ୟ ବିଷିଷ୍ଟ କୋଭିଡ କେୟାର ହୋମ ପରିଚାଳନା କରୁଛୁ, କିନ୍ତୁ ୬୭ଟି ୱାର୍ଡରେ ଥିବା କଲୋନି, ଆପାଟମେଂଟ ଓ ବିଭିନ୍ନ ଗାଁ, ବିଭିନ୍ନ ବସ୍ତି ଏବଂମାର୍କେଟ ଏରିଆ ଗୁଡିକରେ ସାନିଟାଇଜେସନ୍ କଥା କହିଲେ ନାହିଁ
  • ଏଭଳି କଠିନ ସମୟରେ ଆମ ପରାମର୍ଶକୁ ରାଜନୀତି ଦୃଷ୍ଟିରୁ ଚିନ୍ତା ନକରି ମାନବିକତା ଦୃଷ୍ଟିକୋଣରୁ ଚିନ୍ତାକରିବା ଦରକାର
  • ମାସ୍କ, ସାନିଟାଇଜେର୍ ଓ ସାମାଜିକ ଦୂରତା ସହିତ ଜୀବନକୁ ସୁରକ୍ଷିତ ରଖି ଜୀବିକାକୁ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ ଅଟେ
  • ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରନ୍ତୁ

କିନ୍ତୁ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୈାଣସି ୱେବ୍‌ସାଇଟ୍‌ରେ କିମ୍ବା କୈାଣସି ମହାନଗର ନିଗମ, ମ୍ୟୁନିସିପାଲଟି, ଏନ୍‌ଏସି ଗୁଡିକର ୱେବସାଇଟ୍‌ରେ ଉପଲବ୍ଧ ନାହିଁ। ତେଣୁ ଶାସକ ଦଳର ମୁଖପାତ୍ର ମହୋଦୟ ଏଭଳି ଭ୍ରମାତ୍ମକ ବକ୍ତବ୍ୟ ନଦେଇ ଏହି ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଦାବି କରିଛନ୍ତି।

Leave A Reply

Your email address will not be published.

one × 3 =

error: Content is protected !!
Open chat