ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମିତ ଅଟଳ ରୋହତଙ୍ଗ ସୁଡ଼ଙ୍ଗ

0 398
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ହିମାଚଳ ପ୍ରଦେଶ ରୋହତଙ୍ଗ ପାସ୍ ତଳେ ନିର୍ମାଣ ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଅଟଳ ରୋହତଙ୍ଗ ସୁଡ଼ଙ୍ଗ ପ୍ରସ୍ତୁତ ହୋଇଛି | ରଣାଟିନି ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁତ ମହତ୍ଵପୁର୍ଣ | ଏହାକୁ ସୀମା ସଡକ ସଂଗଠନ ଦ୍ୱାରା ସମ୍ପୂର୍ଣ ଭାବେ ତିଆରି କରାଯାଇଛି | ସେପ୍ଟେମ୍ବର ଶେଷ ଆଡକୁ ପ୍ରଧାନମନ୍ତ୍ରୀ ମୋଦି ଏହି ସୁଡ଼ଙ୍ଗ ଉଦଘାଟନ କରିବେ | ଏହି ଅଟଳ ରୋହତଙ୍ଗ ସୁଡ଼ଙ୍ଗର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି | ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି |

ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ | ଏହା ପାଖାପାଖି ୮.୮ କିମି ଲମ୍ବ | ଏହାର ଦୈର୍ଘ୍ୟ ୧୦ ମିଟର | ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ | ବର୍ତ୍ତମାନ ମନାଲିରୁ ଲାହୌଲ୍ ଘାଟି ଯାଏଁ ଯାତ୍ରା କରିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ୧୦ ମିନିଟରେ ପୁରା ହେବ |

ରୋହତଙ୍ଗ ସୁଡ଼ଙ୍ଗ ଲେହ ଓ ଲଦାଖର ଆଗକୁ ଅନ୍ୟ ଅଞ୍ଚଳକୁ ସମସ୍ତ ପାଣିପାଗରେ ସଂଯୋଗ ପ୍ରଦାନ କରିବ | ଯାହା ଦେଶର ଅନ୍ୟ ଭାଗରୁ ବରଫ ଯୋଗୁଁ ପାଖାପାଖି ୬ ମାସ ଯାଏଁ ବିଚ୍ଛିନ୍ନ ରହିଥାଏ | ଏହା ସୈନ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ଵପୁର୍ଣ | ଏହି ସୁଡ଼ଙ୍ଗ ଯୋଗୁଁ ଲଦାଖରେ ନିୟୋଜିତ ଭାରତୀୟ ସେନା ଅଧିକ ଲାଭବାନ ହେବେ | ଏହା ସହିତ ଶୀତଦିନେ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ଲଜିଷ୍ଟିକ୍ ସାମଗ୍ରୀ ସହଜରେ ଯୋଗାଇ ଦିଆଯିବ | ଏହି ମାର୍ଗ ଲଦାଖରେ ସେନା ସାମଗ୍ରୀ ଯୋଗାଇବାରେ ମଧ୍ୟ ସକ୍ଷମ ହେବ |

ସୀମା ସଡକ ସଂଗଠନର ଇଂଜିନିୟର ଓ କର୍ମଚାରୀଙ୍କୁ ଏହି ସୁଡ଼ଙ୍ଗ ନିର୍ମାଣ ପାଇଁ ବହୁତ ପ୍ରୟାସ କରିବାକୁ ପଡିଛି | କାରଣ ଶୀତଦିନରେ ଏଠାରେ କାମ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ | ଏଠାରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ଯାଏଁ ଖସିଯାଏ | ଏହି ସୁଡ଼ଙ୍ଗ ଭିତରେ ଯେକୌଣସି ବାହନ ଘଣ୍ଟା ପ୍ରତି ୮୦ କିମି ବେଗରେ ଗତି କରିପାରିବ | ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା |

Leave A Reply

Your email address will not be published.

11 + eight =

error: Content is protected !!
Open chat