ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡ଼ା କାର୍ଯ୍ୟାନୁଷ୍ଠାନ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଜୁନ୍ ମାସ ଆରମ୍ଭରେ ସମ୍ପତ୍ତି ଜବତ କରିବା ନେଇ ପିଏମଏଲଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେନ୍ଦ୍ର ସରକାର ନୀରବ ମୋଦିର ସମସ୍ତ ସମ୍ପତ୍ତି ଜବତ କରିଥିବା ସୂଚନା ରହିଛି।
![](https://i0.wp.com/kalingajyoti.com/wp-content/uploads/2020/07/nirav.png?resize=849%2C611)
ଇଡି ଜବତ କରିଥିବା ସମ୍ପତ୍ତି ମଧ୍ୟରେ ମୁମ୍ୱାଇର ଚାରୋଟି ଫ୍ଲାଟ୍, ଅଲିବାଗର ଜମି, ଏକ ଫାର୍ମା ହାଉସ, ଲଣ୍ଡନରେ ଫ୍ଲାଟ୍, ୟୁଏଇରେ ଫ୍ଲାଟ୍, ଜେସଲେମରରେ ଏକ କାରଖାନା ସମେତ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଏବଂ ଶେୟାର ରହିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ନୀରବ ମୋଦିକୁ ବଡ଼ କ୍ଷତି ହୋଇଛି ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ବି ନୀରବ ମୋଦିର ଅନେକ ସମ୍ପତ୍ତି ଜବତ କରାଯାଇଛି।
![](https://kalingajyoti.com/wp-content/uploads/2020/07/Choksi-assets.jpg)
ମାର୍ଚ୍ଚ, ୨୦୨୦ରେ ନୀରବ ମୋଦିର ସମ୍ପତ୍ତି ନିଲାମୀ ହୋଇଥିଲା। ଯେଉଁଥିରୁ ସରକାର ୫୧ କୋଟି ଟଙ୍କା ଆଦାୟ କରିଛନ୍ତି। ସେହିପରି ନୀରବ ମୋଦି ମାଲିକାନାରେ ଥିବା କିଛି କଳାକୃତିକୁ ମାର୍ଚ୍ଚ ୨୦୧୯ରେ ନିଲାମୀ ଡକାଯାଇଥିଲା। ଏଥିରୁ ୫୫ କୋଟି ଆଦାୟ କରିଥିଲା ଇଡି।