ବଢୁଛି କରୋନା ସଂକ୍ରମଣ : ଚୌଦ୍ୱାର ଜେଲରେ ୮ କଏଦୀ ପଜିଟିଭ୍ ଚିହ୍ନଟ

0 404
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୭: ଜେଲକୁ ବ୍ୟାପିଲା କରୋନା । କଟକ ଚୌଦ୍ୱାର ଜେଲରେ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକାସଙ୍ଗେ ୮ ଜଣ କଏଦୀଙ୍କ ଦେହରେ ଭୂତାଣୁ ଚିହ୍ନଟ ହୋଇଛି । ଏହାପରେ ଆକ୍ରାନ୍ତ କଏଦୀଙ୍କୁ କଟକର ସ୍ୱତନ୍ତ୍ର କୋଭିଡ୍ ହସପିଟାଲକୁ ପଠାଇଦିଆଯାଇଛି । ଜେଲର ଆଉ କିଛି କଏଦୀ ଏବଂ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛିି । ଆକ୍ରାନ୍ତ କଏଦୀ ଆଉ କାହା କାହା ସହ ସମ୍ପର୍କରେ ଆସିଛନ୍ତି ସେମାନଙ୍କ କଂଟାକ୍ଟ ଟ୍ରେସିଂ ଚାଲିଛି । ଜେଲକୁ ସାନି ଟାଇଜ୍ କରାଯାଇଛି ।

ତେବେ ଜେଲ୍ କର୍ମଚାରୀ ଓ ଅନ୍ତେବାସୀ କିଭଳି ଜେଲ୍ ଭିତରେ ସାମାଜିକ ଦୂରତାରେ ରହିବେ, ତାହା ଜେଲ୍ କର୍ତୃପକ୍ଷଙ୍କ ପାଇଁ ଚ୍ୟାଲେଂଜ୍ ପାଲଟିଛି । ସେପଟେ ମଙ୍ଗଳାବାଗ ଥାନାର ଜଣେ କନେଷ୍ଟବଳ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ସହ ଆଜି ଅନ୍ୟ କିଛି ପୋଲିସ କର୍ମଚାରୀଙ୍କ ସ୍ୱାବ୍ ପରୀକ୍ଷା ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × 2 =

error: Content is protected !!
Open chat