
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ରାଜ୍ୟରେ ଖୁବ୍ଶୀଘ୍ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନାର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।

ମୋବାଇଲ ଭ୍ୟାନ୍ ଯୋଗେ ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏଥିସହ ଆହୁରି ୫ ପ୍ରକାରର ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି। ୯ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବା ବେଳେ ଏଥିରେ ୧୦ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି।