ବଳାତ୍କାର ଅଭିଯୁକ୍ତ ସ୍ବାମୀ ନିତ୍ୟାନନ୍ଦ କୈଳାସ ଯାତ୍ରା ପାଇଁ ଆରମ୍ଭ କଲେ ଭିସା ସର୍ଭିସ

0 273
greentech

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ତଥା ପଳାତକ ଘୋଷିତ ହୋଇଥିବା ଆତ୍ମ ଘୋଷିତ ଭଣ୍ଡବାବା ନିତ୍ୟାନନ୍ଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିତ୍ୟାନନ୍ଦ ପୁଣି ଥରେ ଏକ ଦାବି କରିଛନ୍ତି ଯାହା ବର୍ତ୍ତମାନ ସଂମୟର ଏକ ବଡଖବର ପାଲଟିଛି ।  ନିଜ ଦେଶ କୈଲାସ ବୋଲି ଦାବି କରୁଥିବା ନିତ୍ୟାନନ୍ଦ ତାଙ୍କ ଶେଷ ବିବୃତ୍ତିରେ ତାଙ୍କ ଦେଶ ପାଇଁ ଭିସା ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ଏହି ଭିଡିଓରେ ନିତ୍ୟାନନ୍ଦ ଦାବି କରିଛନ୍ତି ଯେ କୈଳାସକୁ ଆସିବା ପାଇଁ ତାଙ୍କର ନିଜର ଚାର୍ଟାର୍ଡ ​​ଫ୍ଲାଇଟ୍ ସେବା ଅଛି, ଯାହାଫଳରେ ଲୋକମାନେ କୈଳାସକୁ ଆସିପାରିବେ । ତେବେ ଏଠାକୁ ଆସୁଥିବା ବ୍ୟକ୍ତିଙ୍କୁ କେବଳ ତିନି ଦିନ ରହିବାକୁ ଅନୁମତି ଦିଆଯିବ ।

ନିଜର ଏହି ଭିଡିଓରେ ନିତ୍ୟାନନ୍ଦ କହିଛନ୍ତି ଯେ କୈଳାସ ଆସିବାକୁ ହେଲେ ଅଷ୍ଟ୍ରେଲିଆରୁ ଫ୍ଲାଇଟ ନେବାକୁ ପଡିବ । ଏଭଳି ପରିସ୍ଥିତିରେ ନିତ୍ୟାନନ୍ଦଙ୍କ ଏହି ଆତ୍ମଘୋଷିତ ଦେଶର ଅବସ୍ଥାନ ଏହାର ଚାରିପାଖରେ ଅଛି ବୋଲି କଳ୍ପନାଜଳ୍ପନା କରାଯାଉଛି । ଏହି ଦାବିରେ କୁହାଯାଇଛି କି ଏହି ଭିସାରେ ପରମେଶ୍ବର ଶିବଙ୍କ ଦର୍ଶନ କରିହେବ ।  

ଏଠାରେ ସୂଚନା ଥାଉକି ବଳାତ୍କାରର ଅଭିଯୁକ୍ତ ନିତ୍ୟାନନ୍ଦ ଗତ ବର୍ଷ ଦେଶରୁ ପଳାୟନ କରିବା ପରେ ତାଙ୍କ ଦେଶ କୈଲାସ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ନିତ୍ୟାନନ୍ଦ ତାଙ୍କ ଦେଶରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସୁବିଧା ଥିବା ଦାବି କରି ତାଙ୍କ ଭିଡିଓରେ କୈଳାସ ସହ ଜଡିତ ଅନେକ ସୂଚନା ଦେଇଛନ୍ତି ।

ନିତ୍ୟାନନ୍ଦ ତାଙ୍କ ସରକାର, ମନ୍ତ୍ରୀ, ମନ୍ତ୍ରଣାଳୟ ସମେତ କୈଳାସରେ ଅନେକ ସୁବିଧା ଥିବା ଦାବି କରିଛନ୍ତି । ନିତ୍ୟାନନ୍ଦଙ୍କୁ ଭାରତରେ ପଳାତକ ଘୋଷିତ କରାଯାଇଛି ହେଲେ ତାଙ୍କର ଭାଇରାଲ ଭିଡିଓ ଯୋଗୁଁ ଅନେକ ସମୟରେ ସେ ଚର୍ଚାରେ ରହିଆସୁଛନ୍ତି ।

Leave A Reply

Your email address will not be published.

8 + 17 =

error: Content is protected !!
Open chat