![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/qetq.jpg?resize=427%2C300)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: : ବିଡିଏର ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ବିଏମ୍ସି କାର୍ଯ୍ୟାଳୟକୁ ସିଲ୍ କରି ବିଶୋଧନ କରାଯାଇଛି। ଏବେ ସଟ୍ଡାଉନ୍ ଥିବାରୁ କର୍ମଚାରୀ ଆସିନାହାନ୍ତି କି କୌଣସି ଲୋକ ଆସିନାହାନ୍ତି। କିନ୍ତୁ ସୋମବାର ଠାରୁ ଦ୍ବିତୀୟ ମହଲାରେ ଥିବା ପ୍ଲାନିଂ, ଆଲଟମେଣ୍ଟ ଓ ଏଷ୍ଟାବ୍ଲିସମେଣ୍ଟ ବିଭାଗର କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି।
![](https://kalingajyoti.com/wp-content/uploads/2020/06/erg-1.jpg)
ଅପରପକ୍ଷେ ଆଜି ପ୍ଲାନିଂ, ଆଲଟମେଣ୍ଟ ଓ ଏଷ୍ଟାବ୍ଲିସମେଣ୍ଟ ବିଭାଗର ସମସ୍ତ କର୍ମଚାରୀଙ୍କ ଘର ଆଗରେ ସଙ୍ଗରୋଧ ଷ୍ଟିକର ଲଗାଯାଇଛି। ସମସ୍ତଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଜୁନ୍ ୨୭ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି। ତେଣୁ ୧୪ଦିନ ପର୍ଯ୍ୟନ୍ତ ବିଡିଏର ଏହି ସମସ୍ତ ବିଭାଗର କାର୍ଯ୍ୟ ବନ୍ଦ ରହିବ ବୋଲି ଆଶଙ୍କା କରାଯାଉଛି।
କିନ୍ତୁ ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ୫ଦିନ ପରେ ଏହି ତିନିଟି ବିଭାଗ କେବେ ଖୋଲିବ ନିଷ୍ପତ୍ତି ହେବ। ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ୧୪ଦିନ କୌଣସି କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ କଲେ ବହୁ କାମ ପଛୁଆ ପଡ଼ିଯିବ। ତେଣୁ ଆମେ ୭ଦିନ ପରେ କରୋନା ପରୀକ୍ଷା କରିବୁ। ୭ଦିନ ସଙ୍ଗରୋଧ ରହିଲେ ଯଦି କରୋନା ଲକ୍ଷଣ ଥିବ ଜଣାପଡ଼ିଯିବ। ତେଣୁ ଯେଉଁମାନଙ୍କର କରୋନା ପରୀକ୍ଷା ପରେ ନେଗେଟିଭ୍ ଆସିବ ସେମାନଙ୍କୁ ଅଫିସ ଆସିବାକୁ କୁହାଯିବ।