ବିଦ୍ୟାଳୟ ଉନ୍ନତିକରଣ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

0 463
greentech

ମାଲକାନଗିରି ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାଲକାନଗିରି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ବିକାଶ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତିା ପ୍ରକାଶ ଥାଉ କି, ଗତ ୫ ତାରିଖ ଦିନ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ସଂପର୍କିତ ଖବର ଦୈନିକ ସମାଜରେ ପ୍ରକାଶ ପାଇଥିଲ।। ଏହାକୁ ଆଧାର କରି ଗତ ୬ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ ମାନସକୁମାର ଜେନାଙ୍କ ନିର୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଳି ଏହି ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଥିଲୋ ବିଭିନ୍ନ ବର୍ଗର ପ୍ରତିକ୍ରିୟା ତଥା ଛାତ୍ରୀ ଓ ଅଭିଭାବକଙ୍କ ପ୍ରତିକ୍ରିୟା ଜାଣିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଟଙ୍କା ଆଦାୟ କରିବା ଘଟଣା ସ୍ୱିକାର କରିଥିଲୋ ଏହାକୁ ଆଧାର କରି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବେହେରା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଜେନାଙ୍କୁ ତଦନ୍ତ ରିପୋର୍ଟ ଦେବାପରେ ମଙ୍ଗଳବାର ଦିନ ଚିଠି ନଂ ୧୮୨୦/୯.୦୮.୨୦୨୧ ପ୍ରକାରେ ତାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତିା ବର୍ତମାନ ଏହି ବିଦ୍ୟାଳୟରେ କୌଣସି ଜଣେ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତିା ତେବେ ପୂର୍ବରୁ ମଧ୍ୟ ଏହି ବିିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିଲ ।

Leave A Reply

Your email address will not be published.

2 × 3 =

error: Content is protected !!
Open chat