ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପିଙ୍କ ଦ୍ୱାରା ହ୍ୱାଟ୍ସଆପ୍ ନମ୍ବର ଜାରି : +୯୧ ୮୭୬୩୦୬୮୧୬୭
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭।
ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ତେବେ ଏହି ନମ୍ବରରେ କଲ୍ ନ କରିବା ପାଇଁ କୁହାଯାଇଛି। ଲୋକମାନେ କେବଳ ସେମାନଙ୍କ ଅଭିଯୋଗର ଏକ କପି ଏହି ନମ୍ବରରେ ପଠାଇପାରିବେ।
କଟକ ଡିସିପି ବ୍ୟକ୍ତିଗତ ଭାବେ ଏହାର ତଦାରଖ କରିବା ସହ ଅଭିଯୋଗକାରୀଙ୍କୁ ଫୋନ୍ କରିବେ ବୋଲି ଏହି ଟ୍ୱିଟ୍ରେ ଉଲ୍ଲେଖ କରଯାଇଛି।ଅଭିଯୋଗ ପରେ ଏହାର ସମାଧାନ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ଏଥିରେ ଉଲ୍ଲେଖ ରହିଛି।