‘ବିରାଟ’ ପ୍ରସଙ୍ଗରେ ମୁହଁ ଖୋଲିଲେ ଗାଙ୍ଗୁଲି : ‘ମୁଁ ନୁହେଁ ବିସିସିଆଇ ବୁଝିବ’

0 603
greentech

ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଯେ ଏ ନେଇ ସବୁକଥା ବିସିସିଆଇ ବୁଝିବ ।

କୋହଲିଙ୍କ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଗାଙ୍ଗୁଲି କହିଥିଲେ ଯେ ଏ ସମ୍ପର୍କରେ ତାଙ୍କର କିଛି କହିବାକୁ ନାହିଁ । ଏ କଥା ବିସିସିଆଇ ଉପରେ ଛାଡ଼, ଆମେ ବିସିସିଆଇରେ ଏକଥା ବୁଝିବୁ ।

ଦୁଇଦିନ ତଳେ କୋହଲି ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦିନିକିଆ ଅଧିନାୟକ ପଦବୀରୁ ତାଙ୍କୁ ବାହାର କରିବା ପୂର୍ବରୁ ମାତ୍ର ଦେଢଘଣ୍ଟା ସମୟ ଦିଆଯାଇଥିଲା । ତେବେ ଏ ସଂପର୍କରେ ଗାଙ୍ଗୁଲି କହିଥିଲେ ଯେ ବିରାଟ ଯେତେବେଳେ ଘୋଷଣା କରିଥିଲେ ଯେ ସେ ଟି-୨୦ ଅଧିନାୟକ ପଦ ଛାଡ଼ବେ, ସେ ବ୍ୟକ୍ତିଗତ ଭାବେ ତାଙ୍କୁ ଫୋନ କରି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ । କିନ୍ତୁ ବିରାଟ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । କିନ୍ତୁ ଏହାର ଜବାବରେ ବୁଧବାରଦିନ କୋହଲି କହିଥିଲେ ଯେ ଗାଙ୍ଗୁଲି ତାଙ୍କୁ ଏପରି କିଛି ଅନୁରୋଧ କରିନଥିଲେ ।

ବିରାଟଙ୍କୁ ଅଧିନାୟକ ପଦବୀରୁ ହଟାଯିବାକୁ ବିବାଦ ବଢିବାରେ ଲାଗିଛି । ଏହି ଘଟଣା ପରେ ଭାରତୀୟ ଦଳରେ ଥିବା ବିଭେଦ ଆହୁରି ଗଭୀର ହୋଇଛି । ଏହାର କୁପ୍ରଭାବ ଭାରତୀୟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ପଡ଼ିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.

1 + 5 =

error: Content is protected !!
Open chat