ବିଶ୍ୱବିଦ୍ୟାଳୟ ସ୍ତରରେ ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।

0 201
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏ ନେଇ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ । ୟୁଜିସି ଗାଇଡ୍ଲାଇନ ଅନୁସାରେ ଫାଇନାଲ ପରୀକ୍ଷା ବା ଶେଷ ବର୍ଷର ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ଏହି ଚିଠିରେ କୁହାଯାଇଛି । ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ପରୀକ୍ଷା କରାଯିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରିବାକୁ କହିଛି ଗୃହ ମନ୍ତ୍ରାଳୟ । ଫଳରେ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଶେଷ ବର୍ଷର ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା, ତାହା ଦୂର ହୋଇଛି । ୟୁଜିସି ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନକୁ ସମୀକ୍ଷା କରିବାକୁ ୬ ତାରିଖରେ ବିଶେଷଜ୍ଞ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ଏହି ବୈଠକର ନିଷ୍ପତି ଅନୁଯାୟୀ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନଗୁଡିକ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇପାରିବ । ଅଫଲାଇନ ଓ ଅନଲାଇନରେ ପରୀକ୍ଷା କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ । ଯଦି କୌଣସି କାରଣ ବସତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନପାରନ୍ତି, ଏଭଳି ସ୍ଥିତିରେ ପରବର୍ତି ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇ ପାରିବେ । ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । ତେବେ ପୂର୍ବରୁ ଓଡିଶା ସମେତ ଅନେକ ଗୁଡିଏ ରାଜ୍ୟ ଶେଷ ବର୍ଷ ପରୀକ୍ଷା ବାତିଲ କରିଛନ୍ତି ଏବଂ ପୂର୍ବ ସେମିଷ୍ଟାର ଫଳାଫଳ ଅନୁସାରେ ପାସ କରାଇବା ପାଇଁ ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.

10 + 20 =

error: Content is protected !!
Open chat