![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୧୫/୦୭ : କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ ବୋଲି ମଙ୍ଗଳବାର ଦିନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ସରକାର ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/gfhgdhgd.jpg?resize=502%2C252)
ତାଙ୍କ ଅଫିସିୟାଲ୍ ଟୁଇଟର୍ ହ୍ୟାଣ୍ଡଲ୍ରେ ମୋଦୀ କହିଛନ୍ତି ଯେ, ସମସ୍ତ ମୁନିସପାଲ୍, ଜିଲ୍ଲା, ସବ୍-ଡିଭିଜନ୍ ଏବଂ ବ୍ଲକ୍ ମୁଖ୍ୟାଳୟସ୍ତରରେ ଲକ୍ଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ।
![](https://kalingajyoti.com/wp-content/uploads/2020/07/hggfhdg.jpg)
ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଲକ୍ଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏକ ଭର୍ଚ୍ୟୁଆଲ୍ ରାଲିରେ ମୋଦୀ କହିଥିଲେ, କରୋନାଭାଇରସ୍ ନିମନ୍ତେ ନା କୌଣସି ଟିକା ଅଛି ନା ଅଛି ଔଷଧ। ତେଣୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/gfghfhgfh.jpg?resize=512%2C284)
ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ଜଣ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମଚାରୀ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ, ଗତକାଲି ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ୧୦୦ ଜଣ ନେତା ଓ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣଙ୍କର ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା।