ବି ଏମ ସି କମିଶନରଙ୍କ ସୂଚନା : ଆଗାମୀ ୪ସପ୍ତାହ ଗୁରୁତ୍ବପୂର୍ଣ୍ଣ, ରାଜଧାନୀରେ ସଟ୍ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬:କରୋନା କଟକଣା ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଏବେ ଲୋକେ ନିଜେ ସଚେତନତା ହେବା ଆବଶ୍ୟକ ରହିଛି ।
![](https://i0.wp.com/kalingajyoti.com/wp-content/uploads/2020/06/maxresdefault-2-1024x576.jpg?resize=1024%2C576)
ଯଦି ଆମେ ସଚେତନତା ନେହବା , ତେବେ ଆଗକୁ ପରିସ୍ଥିତି ଚିନ୍ତାଜନକ ରହିବ । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ବିଶେଷ କରି ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ନେଇ ବିଏମ୍ସି କମିଶନର ।
![](https://kalingajyoti.com/wp-content/uploads/2020/06/Karona-Lock-Down-1-310x165-1.jpg)
ସେହିପରି କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ରାଜଧାନୀର ବିଭିନ୍ନ ମେଡିକାଲରେ ଅନୁଧ୍ୟାନ କରାଯାଇଛି । କିଛି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଅନ୍ୟ କିଛି ମେଡିକାଲଙ୍କ ପକ୍ଷରୁ ରିପୋର୍ଟ ମିଳିଛି । ଅନ୍ୟ ଆଉ କିଛି ମେଡିକାଲଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ନମିଳିଲେ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।