ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI)ଙ୍କ ନିର୍ଦ୍ଦେଶ: ଗାଡ଼ି ବୀମା ନବୀକରଣ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ଅନିର୍ବାଯ୍ୟ ଅଟେ

0 492
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ଭାରତର ଗାଡ଼ି ବୀମା ପ୍ରଦାନକାରୀଙ୍କୁ ଏକ ନୂତନ ସର୍କୁଲାର ଜାରି କରି ପଲିସି ନବୀକରଣ କରିବା ସମୟରେ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଅନିର୍ବାଯ୍ୟ କରିଛନ୍ତି। ଦୁର୍ଘଟଣା ସମୟରେ ଯଦି ଗାଡ଼ିର PUC ସାର୍ଟିଫିକେଟର ବୈଧତା ସମାପ୍ତ ଯାଇଥାଏ, ତେବେ ବୀମା କମ୍ପାନୀ ଗୁଡ଼ିକ କୌଣସି କ୍ଷତି ଭରଣା କରିବେ ନାହିଁ। ନିୟାମକ ସଂସ୍ଥା କହିଛନ୍ତି ଯେ ସମସ୍ତ ଦାବି ପାଇଁ ପ୍ରଦୂଷଣ ଲାଇସେନ୍ସ ଜରୁରୀ ଅଟେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ବୀମା କମ୍ପାନୀ ଗୁଡ଼ିକୁ ବୀମା ପଲିସିର ନବୀକରଣ ତାରିଖରେ ଏହାର ବୈଧ PUC ସାର୍ଟିଫିକେଟ୍ ନଥିଲେ ଗାଡ଼ି ବୀମା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ – ଏନସିଆରରେ ନିୟମ ପାଳନ ଉପରେ ବିଶେଷ ଧ୍ୟାନ ଦେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁସରଣ କରାଯିବା ନିଶ୍ଚିତ କରିବାକୁ IRDAI ସମସ୍ତ ସାଧାରଣ ବୀମା କମ୍ପାନୀ ଗୁଡ଼ିକୁ ଏକ ସର୍କୁଲାର ଜାରି କରିଛନ୍ତି। ସାଧାରଣ ବୀମା କମ୍ପାନୀ ଗୁଡ଼ିକର ସମସ୍ତ ସିଇଓ ଏବଂ ସିଏମଡି ମାନଙ୍କୁ ସମ୍ବୋଧିତ କରି ସର୍କୁଲାରରେ ନିୟାମକ ସଂସ୍ଥା ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ରାଜଧାନୀ ଅଞ୍ଚଳରେ ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶର ମାନ୍ୟତା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀ ରାଜଧାନୀ ଅଞ୍ଚଳରେ (ଦିଲ୍ଲୀ – ଏନସିଆର) ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ପିୟୁସି (PUC) ସାର୍ଟିଫିକେଟ୍ ହେଉଛି ଏକ ଦସ୍ତାବିଜ ଯାହା ମୋଟର ଗାଡ଼ି ଚଲାଉଥିବା ଯେ କୌଣସି ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ୟୁନିଫର୍ମରେ ଥିବା ପୋଲିସ୍ ଦ୍ୱାରା ଚେକିଂ କରାଯାଇ ପାରେ। କୌଣସି ଏକ ଯାନ ନିର୍ଦ୍ଧାରିତ ନିୟମ ପାଳନ କରୁଥିଲେ ଯାଇ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଗୁଡ଼ିକ ପ୍ରମାଣପତ୍ର ପ୍ରଦାନ କରି ପାରିବେ।

Leave A Reply

Your email address will not be published.

9 + eighteen =

error: Content is protected !!
Open chat