ବେଙ୍ଗାଲୁରୁ : ଫେସବୁକ୍ ପୋଷ୍ଟକୁ ନେଇ ହିଂସା , ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ, ୬୦ ପୋଲିସ କର୍ମୀ ଆହତ, ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮: ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ କାରଣରୁ ବେଙ୍ଗାଲୁରୁରେ ବିଧାୟକଙ୍କ ଘରେ ଭିଡ଼ ତୁମୁଳକାଣ୍ଡ ଘଟାଇଛନ୍ତି। ଏହା ପରେ ଲୋକଙ୍କ ଭିଡ଼ ବିଧାୟକଙ୍କ ଘରେ ଆକ୍ରମଣ କରିଥିଲେ, ଯେଉଁଥିରେ ଅଗ୍ନିକାଣ୍ଡ ଓ ପଥର ଫିଙ୍ଗିବା ଘଟଣା ଘଟିଥିଲା। ଏହି ବିଳମ୍ବିତ ରାତ୍ରିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବେଙ୍ଗାଲୁରୁରେ ଧାରା ୧୪୪ ଲାଗୁ ହୋଇଥିବାବେଳେ ହିଂସା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/08/download-1-14.jpg?resize=432%2C242&ssl=1)
ବିବାଦ କେବେ ଓ କାହିଁକି ହେଲା
ବିଧାୟକଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଏକ ଫେସବୁକ ପୋଷ୍ଟ ଲେଖାଯାଇଥିଲା, ଯେଉଁଥିପାଇଁ ଏକ ସମ୍ପ୍ରଦାୟର ଲୋକ କ୍ରୋଧିତ ହୋଇଥିଲେ। ଏହା ପରେ ହାଲି ପୋଲିସ ଷ୍ଟେସନ-ବିଧାୟକଙ୍କ ଘର ଘେରାଉ କରାଯାଇଥିଲା। ପ୍ରାୟ ୯.୩୦ ସମୟରେ, ଲୋକଙ୍କ ଉପସ୍ଥିତି ହଜାର ହଜାର ସଂଖ୍ୟାରେ ପହଞ୍ଚିଥିଲା। ଏହା ପରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା ଏବଂ ଲୋକଙ୍କ ଭିଡ଼ ବିଧାୟକଙ୍କ ଘରେ ଏବଂ ପୋଲିସ ଷ୍ଟେସନ ନିଆଁ ଲଗାଇ ଦେଇଥିଲେ।
![](https://kalingajyoti.com/wp-content/uploads/2020/08/download-3-7.jpg)
ବିଳମ୍ବିତ ରାତିରେ ଉଗ୍ରଲୋକମାନେ ପ୍ରାୟ ଏକ ଡଜନ ପୋଲିସ ଗାଡି ପୋଡି ଦେଇଥିଲେ। ଏହା ପରେ ପୋଲିସ ପ୍ରଥମେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା, ତା’ପରେ ହାୱାରେ ଗୁଳି ଚାଳନା କରିଥିଲା। ପୋଲିସ ଗୁଳିରେ ଚଳାଇବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି।
ସ୍ଥାନୀୟ ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୨ ଟା ବେଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଉଗ୍ରଲୋକଙ୍କ କବଳରୁ ପୋଲିସ ଷ୍ଟେସନ ଏବଂ ବିଧାୟକଙ୍କ ଘରକୁ ଖାଲି କରାଯାଇଥିଲା। ଏପର୍ଯ୍ୟନ୍ତ ପୋଲିସ ୧୧୦ ଜଣଙ୍କୁ ଗିରଫ କରିଛି। ପୋଲିସ କମିଶନର କମଲ ପନ୍ତ ଗଣମାଧ୍ୟମକୁ କହିଛନ୍ତିଯେ, ଏହି ଘଟଣାରେ ପ୍ରାୟ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଯେଉଁଥିରେ ଜଣେ ଅତିରିକ୍ତ କମିଶନର ମଧ୍ୟ ଆହତ ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/08/images-39.jpg?resize=434%2C285&ssl=1)
ପ୍ରଭାବିତ ଅଞ୍ଚଳ ନିକଟରେ ସ୍ଥାନୀୟ ପୋଲିସ ଦ୍ୱାରା କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ବାଙ୍ଗାଲୋରରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ପୁରା ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ କିଛି ଲୋକ ଫେସବୁକ ପୋଷ୍ଟ ସମ୍ପର୍କରେ ଅଭିଯୋଗ ପଞ୍ଜିକରଣ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ଅଭିଯୋଗ ହୋଇଛି ଯେ ପୋଲିସ ନିଜ ମଧ୍ୟରେ ବିବାଦର ସମାଧାନ କରିବାକୁ କହିଥିଲା ଏବଂ ଅଭିଯୋଗ କରିବାକୁ ମନା କରିଦେଇଥିଲା।
ପରିସ୍ଥିତି ଖରାପ ହେବା ମାତ୍ରେ ସହରର ସମସ୍ତ ପୋଲିସ କର୍ମଚାରୀ ପୋଲିସ ଷ୍ଟେସନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରୁପ୍ପା ମଧ୍ୟ ବିଳମ୍ବିତ ରାତିରେ ରାଜ୍ୟ ଗୃହମନ୍ତ୍ରୀ ବି ବୋମ୍ମାଇଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୀ ହ୍ୟାଣ୍ଡ ଦେଇଛନ୍ତି।
ବିଳମ୍ବିତ ରାତିରେ ଜାତୀୟ ଗଣ ମାଧ୍ୟମ ଇଣ୍ଡିଆ ଟୁଡେକୁ କର୍ଣ୍ଣାଟକର ଗୃହମନ୍ତ୍ରୀ ବି ବୋମ୍ମାଇ କହିଛନ୍ତି ଯେ, “ଯାହା ଘଟିଛି ତାହା ଆଇନ ବିରୁଦ୍ଧ। କୌଣସି ବିବାଦ କାରଣରୁ କେହି ଆଇନକୁ ହାତକୁ ନେବା ଉଚିତ୍ ନୁହେଁ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ମୁଁ ଅଧିକାରୀଙ୍କ ସହ କଥା ହୋଇଛି। କେହି ନିଜର କ୍ରୋଧ ହରାଇବା ଉଚିତ୍ ନୁହେଁ, ବିବାଦ ଶୀଘ୍ର ସମାଧାନ ହେବ।”