ବୈପାରିଗୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଭାବେ ଶ୍ରୀମତୀ ଜି. ସୀତା କୁମାରୀ ଯୋଗଦାନ କରିବା ସହିତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଶ୍ରୀମତୀ ଜି. ସୀତା କୁମାରୀ ଏହା ପୂର୍ବରୁ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସିଡ଼ିପିଓ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି ।ବୈପାରିଗୁଡା ସିଡ଼ିପିଓ ଶ୍ରୀମତୀ ଆର. ଜ୍ଞାନ ସୁନ୍ଦରୀଙ୍କ ଅଵସର ପରେ ବୈପାରିଗୁଡାରେ ପଦବୀ ଖାଲି ପଡିଥିଲା ।ଶ୍ରୀମତୀ ଜି. ସୀତା କୁମାରୀ ଆଜି ବୈପାରିଗୁଡାରେ ସିଡ଼ିପିଓ ଭାବେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ବୈପାରିଗୁଡା ବ୍ଲକ ତରଫରୁ ଶ୍ରୀମତୀ ଜି. ସୀତା କୁମାରୀଙ୍କୁ ସ୍ୱାଗତ ତଥା ଶୁଭେଚ୍ଛା ଜଣାଯାଇଛି ।