ବାଣପୁର : ବେଆଇନ କ୍ଲିନିକରେ ଚଢାଉ ସହ ଲକ୍ଷାଧୀକ ଟଙ୍କାର ଔଷଧ ଜବତ

0 254
greentech

ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ ପ୍ରବୀର କୁମାର ରୟ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେଲା ଏକ କ୍ଲିନିକ୍ କରି ରୋଗୀ ମାନଙ୍କୁ ଚିକିତ୍ସା କରିଆସୁଥିଲେ। କିନ୍ତୁ ଉକ୍ତ କ୍ଲିନିକ୍ ଵିନା ଲାଇସେନସରେ ଚାଲିଥିଲା। କରୋନା ସମୟରେ ଲୋକଙ୍କୁ ନିମ୍ନମାନର ଔଷଧ ଦେଇ ଚିକିତ୍ସା କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଆଜି କ୍ଲିନିକ ଉପରେ ଚଢାଉ କରାଯାଇଥିଲା।

ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ କ୍ଲିନିକରୁ କେତେକ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି।

ଅନୁରୂପ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବାଣପୁର କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ବୋଲି ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉକ୍ତ ଚଢାଉରେ ଖୋର୍ଦ୍ଧା ଡ୍ରଗସ ଇନସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଭୁବନେଶ୍ୱର-୨ ଡ୍ରଗସ ଇନସପେକ୍ଟର ଚନ୍ଦନ କୁମାର ଗିରି ଏବଂ ଭୁବନେଶ୍ୱର-୩ ଡ୍ରଗସ ଇନ୍ସପେକ୍ଟର ଡା. ସୁଦର୍ଶନ ବିଶ୍ୱାଳ ସାମିଲ ଥିଲେ।

Leave A Reply

Your email address will not be published.

fifteen − twelve =

error: Content is protected !!
Open chat