ୟୁନିଟ୍‌-୧ ହାଟକୁ ସିଲ୍ କଲା ବିଏମ୍‌ସି, ଜୁଲାଇ ୧ ଯାଏଁ ବନ୍ଦ ରହିବ ମାକେର୍ଟ

0 305
greentech

ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୟୁନିଟ୍‌-୧ ହାଟକୁ ବୁଧବାର ଦିନ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସ ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି  ଖୁଚୁରା(ରିଟେଲ) ଓ ପାଇକାରୀ (​ହୋଲ୍‌ସେଲ୍‌) ବଜାରକୁ ଜୁଲାଇ ୧ ତାରିଖ ଯାଏ ବନ୍ଦ କରିଛନ୍ତି । ସଂକ୍ରମଣ ବଢିବା ଆଶଙ୍କାରେ ଏହାକୁ ତତ୍କାଳ ବନ୍ଦ କରି ଦିଆଯାଇଛି ।

ବିଏମସି ଦକ୍ଷିଣ ପୂର୍ବ ଜୋନ୍‌ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ବୁଧବାର ସକାଳୁ ୟୁନିଟ୍‌-୧ ହାଟରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଅଧିକାଂଶ ଦୋକାନୀ ଓ ଲୋକେ କୋଭିଡ୍‌ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା । ଶହ ଶହ ଲୋକେ ଏଠାରେ ଏକାଠି ହେଉଥିବା ଦେଖିବାକୁ ମିିଳିଥିଲା ଏଣୁ ବିଏମସି ପକ୍ଷରୁ ୟୁନିଟ୍-୧ ହାଟକୁ ବନ୍ଦ ନୋଟିସ୍‌ ମରାଯାଇଥିଲା । ଜୁଲାଇ ୧ ତାରିଖ ଯାଏ ବଜାର ବନ୍ଦ କରି ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.

17 + 18 =

error: Content is protected !!
Open chat