ରାୟଗଡା ଜିଲ୍ଲା ବ୍ୟାପି ଭାଜପାର କଳା ଦିବସ ପାଳନ

0 427
greentech

ରାୟଗଡ ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶର ନିର୍ଦେଶକ୍ରମେ ଜୁନ ୨୫,କୁ କଳା ଦିବସ ରୂପେ ସାରା ଦେଶରେ ପାଳନ କରାଯାଇଛି।  ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଦମନ ଲୀଳା କରିବା ପାଇଁ ଦେଶ ଭକ୍ତଙ୍କୁ ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କାର୍ଯ୍ୟକର୍ତାଙ୍କୁ ଅନ୍ୟାୟ ଭାବରେ ଗିରଫ କରି କାରାଗାରକୁ ପଠାଇ ସମ୍ବିଧାନକୁ ଅପମାନିତ କରିଥିଲେ ।ତେଣୁ ସେହିଦିନର କଥା ମନେ ପକାଇ କଳା ଦିବସ ପାଳନ କରାଯାଉଛି ଓ ସେହି ସମୟରେ ଯୋଉ ମାନେ ବିରୋଧାଭାଷ ଦେଖେଇଥିଲେ ସେଇମାନଙ୍କୁ ସମ୍ମାନ ଜଣାଇ ମନେ ପକାଇ ତାଙ୍କ ପ୍ରୟାସକୁ ସଂମାନ ଜଣାଯାଇଛି । ଉକ୍ତ ସମୟରେ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ଅସମ୍ମାନ କରି ଗିରଫ କରାଯାଇଥିଲା, ସେଇଥି ମଧ୍ୟରୁ ରାୟଗଡ଼ାର ଶ୍ରୀ ବାଦଲ କୁମାର ତାହା ମଧ୍ୟ ରାୟଗଡା ଜ଼ିଲ୍ଲା ତରଫରୁ ନିଜର ବିରୋଧାଭାଷା ଜଣେଇଥିଲେ ଜାହାପାଇଁ ବାଦଲ ଭାଇଙ୍କୁ ଅନେକ ଚାପ ପୋଲିସ ବିଭାଗ ତରଫରୁ ସହିବାକୁ ପଡିଥିଲା । ତେଣୁ ସେଇ କଳା ଦିବସ ସ୍ମୃତିରେ ଶ୍ରୀ ବାଦଲ କୁମାର ତାହାଙ୍କୁ ଭାରତୀୟ ଜନତା ପାର୍ଟି ନଗର ତରଫରୁ ଉତ୍ତରିୟ ଦେଇ ସମ୍ମାନ କରାଗଲା ଓ ଯେଉଁ ମାନେ ଆଜି ଆମ ଗହଣରେ ନାହାନ୍ତି ତାଙ୍କ ଉଦ୍ୟେସରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୃତି ଚାରଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାନସଭା ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା ଙ୍କ ସମେତ ନଗର ଭାଜପା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ, ନଗର ସାଧାରଣ ସମ୍ପାଦକ ଶ୍ରୀ ଅଜୟ କୁମାର ଚୁଲେଟ, ନଗର ସମ୍ପାଦକ ଶ୍ରୀ ଜଗଦୀଶ ସୁନାରୀ, ନଗର କୋଷଧକ୍ଷ ଶ୍ରୀ ଏମ.ବିଦ୍ୟା ସାଗର, ଯୁବ ମୋର୍ଚ୍ଚା ନଗର ସାଧାରଣ ସମ୍ପାଦକ ଶ୍ରୀ ଜୟରାମ ବର୍ମା ଓ ଜିଲ୍ଲା ଏସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଟି. ନାଗାରାଜୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଗୁଣୁପୁର, ମୁନିଗୁଡା ମଣ୍ଡଳର ଅମ୍ବାଦଳା ଠାରେ ଜିଲା ସମ୍ପାଦକ ରମେଶ ସାମନ୍ତ, ଗୁଣୁପୁର ନଗର ମଣ୍ଡଳ ସଭାପତି ଶ୍ରୀନିବାସ ସ୍ୱାଇଁ, ଜିଲ୍ଲା ଉପସଭାପତି ବାଇ ଗଣାପତି, ଆଦିବାସୀ ନେତା ବିଦ୍ୟା ଶବର, ପ୍ରମୁଖ ଯୋଗଦେଇ ପାଳିତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ।

Leave A Reply

Your email address will not be published.

seventeen − 7 =

error: Content is protected !!
Open chat