ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌କୁ ବିରୋଧ: ୧୬ ଏବଂ ୧୭ରେ ବ୍ୟାଙ୍କ ଧର୍ମଘଟ ଡାକରା

0 369
greentech

ମୁମ୍ବାଇ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌ ୨୦୨୧କୁ ଦେଶର ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନଗୁଡ଼ିକ ବିରୋଧ କରୁଛନ୍ତି । ଏଭଳି ପ୍ରସଙ୍ଗକୁ ଆଧାର କରି ସଂଘଗୁଡ଼ିକ ପକ୍ଷରୁ ଡିସେମ୍ବର ୧୬ ଏବଂ ୧୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି ।

୧୩ କମ୍ପାନି ଲାଗି ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨.୮୫ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଏହାବାଦ ସରକାର ଦେବାଳିଆ ହୋଇ ଯାଉଥିବା ସଂସ୍ଥାଗୁଡ଼ିକୁ ବେଲ୍‌ଆଉଟ ବା ଆଶ୍ୱସ୍ତି ଦେବା ଲାଗି ବ୍ୟାଙ୍କକୁ ବ୍ୟବହାର କରୁଛନ୍ତି । ଏହାକୁ ବିରୋଧ କରି ସଂଘଗୁଡ଼ିକ ୨ ଦିନିଆ ଧର୍ମଘଟ କରିବେ ବୋଲି ୟୁନାଇଡେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ସଂଘର ସଂଯୋଜକ ବି.ରାମବାବୁ କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କ ଏବଂ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଭଳି ସଂସ୍ଥାଗୁଡ଼ିକର ବେଲ୍‌ଆଉଟ ଲାଗି ଏସ୍‌ବିଆଇ ସମେତ ଅନ୍ୟ କିଛି ବ୍ୟାଙ୍କକୁ ଏଥିଲାଗି ବ୍ୟବହାର କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଭଳି ବ୍ୟାଙ୍କକୁ କ୍ଷତି ପହଞ୍ଚାଇଲା ଭଳି ନୀତିକୁ ବିରୋଧରେ ଧର୍ମଘଟ ଡାକରା ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.

five − 2 =

error: Content is protected !!
Open chat