ଭଦ୍ରକ ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ମନ୍ଦିର : ଗର୍ଭଗୃହରେ ପସିଲା ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଜଳ – ବୁଡିଲେ ବାବାମଣିଙ୍କ ବିଗ୍ରହ

0 344
greentech

ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୮ : ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ବର୍ଷା ପାଣି ପଶି ବାବାମଣିଙ୍କ ବିଗ୍ରହ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିବା ଫଳରେ ବାବାମଣିଙ୍କ ବିଗ୍ରହ ସମ୍ପୂର୍ଣ୍ଣ ବୁଡିଯାଇଛି । ଫଳରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଥିଲା ।

ବିଶେଷ କରି ବାବାମଣିଙ୍କ ମନ୍ଦିର ପୀଠ ତଥା ଏହାର ଗର୍ଭଗୃହ ପରିସରଠାରୁ ତଳେ ରହିଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣି ସ୍ରୋତ ପଡିଥାଏ । ଗତ ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମରାମତି ହୋଇଥିଲେ ମଧ୍ୟ ଏବେ ପୁନର୍ବାର ସମସ୍ୟା ଦେଖାଦେଇଛି। ଅନ୍ୟପଟେ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ବନ୍ୟା ପାଣିରେ ବୁଡିଯାଇ ଥିବାରୁ ମନ୍ଦିର ଭିତର ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି।

Leave A Reply

Your email address will not be published.

6 − six =

error: Content is protected !!
Open chat