ଭାରତରେ ପ୍ରସ୍ତୁତ ଦୁଇଟି ଭ୍ୟାକ୍ସିନ୍ ର ମାନବ ପରୀକ୍ଷଣ ଆରମ୍ଭ : ଆଇସିଏମଆର

0 464
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଭାରତରେ ଏବେ ଦୁଇଟି କରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ପଶୁମାନଙ୍କ ଉପରେ ସେଗୁଡ଼ିକର ପରୀକ୍ଷଣ ସଫଳର ରହିବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ଆଇସିଏମଆରର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ଯେ ଏହି ଟୀକାଗୁଡ଼ିକର ଟକ୍ସିସିଟି ପରୀକ୍ଷଣ ମୂଷା ଓ ଠେକୁଆମାନଙ୍କ ଉପରେ କରାଯାଇଛି । ସେଗୁଡ଼ିକ ସଫଳ ରହିଛି । ଏହି ପରୀକ୍ଷା ସଂପର୍କିତ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ରଖାଯିବାପରେ ଡିସିଜିଆଇ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଏହା ପରେ ଟୀକାଦୁଇଟିର ମାନବ ପରୀକ୍ଷଣ କରାଯାଉଛି । ପ୍ରତି ଟୀକାର କ୍ଲିନିକାଲ ଷ୍ଟଡି ପ୍ରାୟ ୧ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଉଛି ।

ସୂଚନାଯୋଗ୍ୟ ଯେ ଦୁଇଟି ଭାରତୀୟ କମ୍ପାନି ଭାରତ ବାୟୋଟେକ ଓ ଜାଇଡସ କାର୍ଡିଲା ଏହି ଦୁଇଟି ଟୀକାର ବିକାଶ ଦିଗରେ କାର୍ଯ୍ୟକରୁଛନ୍ତି । ଉଭୟ କମ୍ପାନି ଏବେ ଏସବୁ ଟୀକାର ମାନବ ପରୀକ୍ଷଣ କରୁଛନ୍ତି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟୀକାର ନାମ ରଖାଯାଇଛି କୋଭାକ୍ସିନ । ଆଇସିଏମଆର ସହଯୋଗରେ କମ୍ପାନି ଏହି ଟୀକା ପ୍ରସ୍ତୁତ କରୁଛି । ଏହି ଟୀକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି ।

ସେହିଭଳି ବିଦେଶରେ କରୋନା ଭ୍ୟାକ୍ସିନ୍‌ ଆବିଷ୍କାର ନେଇ ସୂଚନା ଦେଇ ସେ କହିଛନ୍ତି, ପ୍ରଥମ ଦେଶ ଭାବେ ରୁଷ ମାନବିକ ପରୀକ୍ଷଣରେ ସଫଳ ହୋଇଛି। ଚୀନ, ଆମେରିକା, ବ୍ରିଟେନ ମଧ୍ୟ ଭ୍ୟାକସିନରେ ଅଗ୍ରଗତି କରୁଛନ୍ତି। ତେବେ ଭ୍ୟାକସିନ ଯେଉଁଠି ବି ଉଦ୍ଭାବନ ହେଉ, ଭାରତର ବଡ଼ ଭୂମିକା ରହିବ।

ତେବେ ଭ୍ୟାକସିନ ଯେଉଁଠି ବି ଉଦ୍ଭାବନ ହେଉ, ଭାରତର ବଡ଼ ଭୂମିକା ରହିବ। ବିଶ୍ୱରେ ଯେତିକି ଭ୍ୟାକସିନ ଆବଶ୍ୟକ ହୁଏ, ତାର ୬୩% ଭାରତ ଯୋଗାଏ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

five × 1 =

error: Content is protected !!
Open chat