ଭିଜିଲାନ୍ସ ଜାଲରେ କୋରାପୁଟ ଜିଲାର ମହିଳା ସରପଞ୍ଚ

0 209
greentech

କଳିଙ୍ଗ ଜ୍ୟୋତି ଜୟପୁର ୨୮/୦୬: କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା ଘଟିଛି।
ଖବରରୁ ଜଣାପଡିଛି, ବକଡ଼ାଗୁଡା ଗ୍ରାମର ଗଙ୍ଗାଧର ସାଆଣ୍ଟା ମୋ ପୋଖରୀ ଯୋଜନାରେ ଏକ ପୋଖରୀ ଖୋଳିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କର କାର୍ଯ୍ୟାଦେଶ ହୋଇଥିଲା। ଏହି କାର୍ଯ୍ୟାଦେଶ ପତ୍ର ସେ ସରପଞ୍ଚ ରଇଲା ମାଝିଙ୍କ ନିକଟକୁ ଯାଇ ମାଗିଥିଲେ। ଏଥିପାଇଁ ସରପଞ୍ଚ ରଇଲା ତାଙ୍କୁ ୨୦ ହଜାର ଟଙ୍କା ଦେବାକୁ କହିଥିଲେ। ଏ ସମ୍ପର୍କରେ ଗଙ୍ଗାଧର ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଗଙ୍ଗାଧର ସରପଞ୍ଚ ରଇଲା ରହୁଥିବା ସେମିଳିଗୁଡା ବ୍ଲକ ଭେଜିପୁଟ ଗ୍ରାମରେ ୨୦ ହଜାର ଟଙ୍କା ଦେଇଥିଲେ। ଏହି ଟଙ୍କା ନେଉଥିବା ବେଳେ ପୂର୍ବରୁ ଆସି ଡିଏସ୍‌ପି କେ.କେ. ପାଣିଗ୍ରାହୀଙ୍କ ନେତୃତ୍ୱରେ ଜଗି ରହିଥିବା ଟିମ୍‌ ସରପଞ୍ଚଙ୍କୁ ଧରିଥିଲେ। ତାଙ୍କ ନାମରେ ୧୩/୨୦ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଲକାନଗିରି ଜିଲାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣି ଅକ୍ଷୟ କୁମାର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Leave A Reply

Your email address will not be published.

3 × one =

error: Content is protected !!
Open chat