ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ‘ବ୍ଲୁ ହ୍ୱିଲ ହସ୍ପିଟାଲ’ ସିଲ୍।

0 323
greentech

ଭୁବନେଶ୍ୱର, ୨୪ା୬(କଳିଙ୍ଗଜ୍ୟୋତି): କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ବହୁ ପଦକ୍ଷେପ ନେବା ସହ ବହୁ ନିୟମ ଜାରି କରିଥିଲେ । ଏହାସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।ଯାହାଫଳରେ ନିୟମ ଉଲ୍ଲଙ୍ଘନ କରିବାରୁ ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି ।

Leave A Reply

Your email address will not be published.

14 − six =

error: Content is protected !!
Open chat