![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ :ମଣିପୁରରେ ସେନାର ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/images-2-6.jpg?resize=404%2C430&ssl=1)
![](https://kalingajyoti.com/wp-content/uploads/2020/07/download-12-5.jpg)
ବୁଧବାର ରାତି ପ୍ରାୟ ୧.୧୫ରେ ରାଜଧାନୀ ଇମ୍ଫାଲଠାରୁ ୯୫ କିଲେମିଟର ଦୂରରେ ଥିବା ଚନ୍ଦୋଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହା ଏକ ପାହାଡିଆ ଅଞ୍ଚଳ ବୋଲି ଜଣାପଡିଛି ।
![](https://i0.wp.com/kalingajyoti.com/wp-content/uploads/2020/07/download-14-4.jpg?resize=407%2C226&ssl=1)
ତେବେ ଭାରତ-ମିଆଁମାର ସୀମାରେ ଉଗ୍ରବାଦୀ ଗୋଷ୍ଠୀ ବିରୋଧୀ ଅପରେସନ ସମୟରେ ୩ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ ।
![](https://kalingajyoti.com/wp-content/uploads/2020/07/download-11-5.jpg)
ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୬ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।