ମର୍ଯ୍ୟାଦାଜନକ ଡିଜେନ୍ ପୁରସ୍କାର -୨୦୨୦ ପାଇଁ ମନୋନୀତ ହେଲା ଓଡ଼ିଶାର କୃଷି ଭବନ

0 417
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ଓଡ଼ିଶାର କୃଷିଭବନ କୋଠାର ଲୋକପ୍ରିୟତା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ବଢିଚାଲିଛି । ଚଳିତ ବର୍ଷ ଏହି ସ୍ଥାପତ୍ୟଟି ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି । କୃଷି ଭବନ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ (ସର୍ବସାଧାରଣ ଅଟ୍ଟାଳିକା) ଉପବର୍ଗରେ ସ୍ଥାନ ପାଇଛି । ଭୁବନେଶ୍ୱର ସ୍ଥିତ କୃଷିଭବନ ଚଳିତ ବର୍ଷ ବିଶ୍ୱର ସମ୍ମାନଜନକ ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି । ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ରେ କୃଷି ଭବନ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ (ସର୍ବସାଧାରଣ ଅଟ୍ଟାଳିକା)ଉପବର୍ଗରେ ସ୍ଥାନ ପାଇଛି ।


ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି । ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଗତ ୨୦୧୮ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା । ଏହି କୋଠାକୁ ସମ୍ବଲପୁରୀ ଶାଢି ଇକ୍କତ ଶୈଳୀରେ ନିର୍ମାଣ କରାଯାଇଛି ।

ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି । ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଗତ ୨୦୧୮ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲିଦିଆଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା ।

କୃଷି ଓ କୃଷକ ସଶକ୍ତକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତକଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି ।

କୃଷି ଭବନ ପୂର୍ବରୁ ମଧ୍ୟ ବିଶ୍ବର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି । ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକଚରାଲରେକର୍ଡ ଆଦିରେ ସ୍ଥାନ ପାଇଥିଲା । ଆହୁରି ମଧ୍ୟ ଏହା ଗତ ବର୍ଷ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଆର୍କିଟେକଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା ।

Leave A Reply

Your email address will not be published.

twenty − eighteen =

error: Content is protected !!
Open chat