ମୂର୍ତ୍ତି ଉଚ୍ଚତା ନେଇ ସରକାରଙ୍କ ନିଷ୍ପତ୍ତିକୁ କଟକରେ ବିରୋଧ : ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ହୋହାଲ୍ଲା

0 424
greentech

କଟକ ୧୧/୦୯/୨୦୨୧ କଳିଙ୍ଗ ଜ୍ୟୋତି : ପାର୍ବଣରେ ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ ନେଇ କଟକରେ ପ୍ରବଳ ବିରୋଧ କରାଯାଇଛି । ଆଜି ଅନୁଷ୍ଠିତ ମହାନଗର ଶାନ୍ତି କମିଟି ବୈଠକରେ ଏ ନେଇ ହୋହାଲ୍ଲା ହୋଇଛି ।

ଓସିଏ ସମ୍ମିଳନୀକକ୍ଷଠାରେ ବୈଠକ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକ ତଥା ମହାନଗର ଶାନ୍ତି କମିଟି ପ୍ରଭାତ ତ୍ରିପାଠୀ, ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମହାନଗର ଶାନ୍ତି କମିଟି ସଭାପତି ଭିକାରୀ ଦାସ, ସଂପାଦକ ଦେବେନ୍ଦ୍ରନାଥ ସାହୁ, କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଉପସ୍ଥିତ ରହିଥିବାବେଳେ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

ଗତକାଲି ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡ଼ଲାଇନ ଘୋଷଣା କରାଯାଇଥିଲା । ଯେଉଁଥିରେ ମୂର୍ତ୍ତି ଉଚ୍ଚତା ୪ ଫୁଟ ଓ ମଣ୍ଡପରେ ପରଦାରେ ମା’ଙ୍କର ପୂଜାର୍ଚ୍ଚନା କରାଯିବା ସମେତ ମଣ୍ଡପରେ ୫ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି।

ମୂର୍ତ୍ତିର ଉଚ୍ଚତା ପୂର୍ବଭଳି କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ଏକ ବୈଠକରେ ଆଲୋଚନା ହୋଇଥିବାବେଳେ ବଡ଼ ମୂର୍ତ୍ତି ନିର୍ମାଣ ଲାଗି ରାଜ୍ୟ ସରକାର ଅନୁମତି ଓ ପ୍ରତିଶ୍ରୁତି ପ୍ରଦାନ କରିବା ସତ୍ତ୍ୱେ ମଧ୍ୟ ପାର୍ବଣ ଗାଇଡ଼ଲାଇନ ଘୋଷଣା ସମୟରେ ୪ ଫୁଟ ମୂର୍ତ୍ତି ଉଚ୍ଚତା ଓ ପରଦାରେ ପୂଜା ପାଇଁ ଘୋଷଣା କରିଥିବାବେଳେ ଏହାକୁ ସହଜ ଭାବେ ଗ୍ରହଣ କରି ପାରିନାହାନ୍ତି ସହରବାସୀ । ଅନ୍ୟପଟେ କଟକର ସମାଜିକ ସଂଗଠନ ବହୁଦିନରୁ ଏକଜୁଟ ହୋଇ ମୂର୍ତ୍ତି ଉଚ୍ଚତା ବଡ଼ ଓ ବିନା ପରଦାରେ ମା’ଙ୍କ ପୂଜା ପାଇଁ ସହରର ସମସ୍ତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଛନ୍ତି। ବୈଠକରେ ପୁର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ ବକ୍ତବ୍ୟ ପ୍ରଦାନ କରୁଥିବାବେଳେ ହୋହାଲା କରିଛନ୍ତି କମିଟି ସଦସ୍ୟ।

Leave A Reply

Your email address will not be published.

nineteen − eleven =

error: Content is protected !!
Open chat