‘ମୋ ସରକାର’ ଅଧୀନରେ ହେବ କୋଭିଡ୍‌ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ

0 319
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

‘ମୋ ସରକାର’ ଅଧୀନରେ କୋଭିଡ ପରିଚାଳନା ସାମିଲ କରାଗଲେ ରୋଗୀ ଏବଂ ସାଧାରଣ ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ରୋଗୀ ଏବଂ ଲୋକଙ୍କଠାରୁ ମତାମତ ଆସିଲେ ହିଁ ବ୍ୟବସ୍ଥାରେ ଅଧିକ ଉନ୍ନତି ଆସିପାରିବ। ରୋଗୀ ଏବଂ କୋଭିଡ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧି ନ ଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

six + seven =

error: Content is protected !!
Open chat