ଯେତେଦିନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଲୋକ ଟିକା ନେଇନାହାନ୍ତି, ସେଯାଏଁ ସତର୍କ ରହିବାକୁ ପଡ଼ିବ: ପୁଲିସ ଡିଜି

0 384
greentech

ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ପଜିଟିଭ ହାର ହ୍ରାସ ପାଇଛି । କିଛି ଜିଲ୍ଲାରେ କଟକଣାକୁ କୋହଳ କରି ଦିଆଯାଇଛି । ଲୋକେ ଏବେ ବି କୋଭିଡ ନିୟମର ଅବହେଳା କରନ୍ତୁ ନାହିଁ । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ପୁଲିସ ଡିଜି ଅଭୟ ଏହା କହିଛନ୍ତି ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତିରେ କିଛିଟା ସୁଧାର ଆସିଛି । ହେଲେ ଆମକୁ ସଂଜମ ରହିବାକୁ ହେବ । ଯେଯାଏଁ ଦେଶର ଅଧିକାଂଶ ଲୋକ ଟିକା ନେଇନାହାନ୍ତି, ସେତେଦିନ ଯାଏଁ ସତର୍କ ରହିବାକୁ ପଡ଼ିବ । ତେଣୁ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ।

ପୁଲିସ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଏପ୍ରିଲ ୧ ତାରିଖ ପରଠାରୁ ଏବେ ଯାଏଁ ୫ ଲକ୍ଷରୁ ଅଧିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାସ୍କ, ସାମାଜିକ ଦୂରତା ନିୟମ ପାଇଁ ୧୬ କୋଟି ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଛି । ୩୧୭୮ଟି ଦୋକାନୀ, ମାର୍କେଟ କମ୍ପେ୍ଲକ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏମାନଙ୍କ ଠାରୁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ ହୋଇଛି । ପୁଲିସ ୧ ହଜାର ୪୮୬ ଜଣ ଅମାନିଆଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

3 × one =

error: Content is protected !!
Open chat