ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ, ଚାଳକ ସମେତ ଅନ୍ୟ ଚାରିଜଣ ଫେରାର

0 443
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୮/୦୭: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଏକ ଗୋରୁ ବୋଝେଇ ପିକଅପ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ ହୋଇଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତଖୁରବାହାଲରୁ ବିଶ୍ରାକୁ ଏକ ଗୋରୁ ବୋଝେଇ ପିକଅପରେ ଗୋଚାଲାଣ ହେଉଥିଲା । ଏହାକୁ ଏକ ବୋଲେରୋ ଗାଡ଼ିରେ ୪ଜଣ ଲୋକ ଏସକର୍ଟ କରି ଆସୁଥିଲେ। ଏଖବର ପାଇ ସକାଳ ପ୍ରାୟ ସାଢେ ୭ଟା ବେଳେ ବଜରଙ୍ଗ ଦଳର କେତେକ କର୍ମୀ ଉକ୍ତ ଗୋଚାଲାଣକାରୀମାନଙ୍କୁ ଧରିବା ଲାଗି ଏବଂ ଗାଇଗୋରୁଙ୍କୁ ଉଦ୍ଧାର କରିବା ଲାଗି ଉକ୍ତ ପିକଅପର ପିଛା କରିଥିଲେ।

ସେମାନେ ବିଶ୍ରା ଛକର ସିଆଇଏସଏଫ ଗେଟ ନିକଟରୁ ଗୋରୁ ବୋଝେଇ ପିକଅପକୁ ଅଟକାଇଥିଲେ। ପିକଅପରେ ଥିବା ୧୧ଟି ଗୋରୁ ଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପ୍ଲାଣ୍ଟ୍ ସାଇଟ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରଭେଜ୍ ହୁସେନ୍ ନାମକ ଜଣେ ଗୋଚାଲାଣକାରୀଙ୍କୁ ଗିରଫ କରିଥିଲା।

ତେବେ ଘଟଣାସ୍ଥଳରୁ ପିକଅପର ଚାଳକ ସମେତ ଅନ୍ୟ ଚାରିଜଣ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ପୁଲିସ୍ ପିକଅପକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ,  ଗତ ରବିବାର ଦିନ ରାଉରକେଲାରେ  ଗୋ ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଥିଲା। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଥିଲା। ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ।

Leave A Reply

Your email address will not be published.

sixteen − twelve =

error: Content is protected !!
Open chat