ରାଉରକେଲା ଇସ୍ପାତ କାରଖାନା ଓ ସିଆର୍‌ପିଏଫ୍‌ କ୍ୟାମ୍ପରେ ପଶିଲା ‘କରୋନା’

0 401
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୪/୦୭: ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୬୦ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଉରକେଲା ମହାନଗର ଅଞ୍ଚଳରୁ ୫୦ ଜଣ ଅଛନ୍ତି। ବାକି ଦଶ ଜଣ ବିଶ୍ରା ବ୍ଲକ ଅଞ୍ଚଳର। ରାଉରକେଲାରେ ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ଭିତରେ ୪୯ ଜଣ ‘କରୋନା’ ଲକ୍ଷଣ ଯୁକ୍ତ। ଏହାଛଡା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପରିସରରୁ ୧୦ ଜଣ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଉରକେଲାରେ ଥିବା CRPF କ୍ୟାମ୍ପରୁ ମଧ୍ୟ ୭ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଉରକେଲା ମହାନଗର ନିଗମର ଚିନ୍ତା ବଢ଼ାଇଛି। ଏହା ପରେ ରାଉରକେଲା ଇସ୍ପାତ କାରଖାନାର ପ୍ରଶାସନିକ ଭବନ ଓ କାରଖାନାର ବିଭିନ୍ନ ବିଭାଗକୁ ସାନିଟାଇଜ୍‌ କରାଯାଉଛି।

ରାଉରକେଲା ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ମହାନଗର ନିଗମ ପକ୍ଷରୁ ଆଣ୍ଟିଜେନ୍‌ ଟେଷ୍ଟ ସହ ଘରକୁ ଘର ସର୍ଭେ ଚାଲିଛି। ‘କରୋନା’ର କୌଣସି ଲକ୍ଷଣ ଦେଖାଗଲେ, ଏହାକୁ ନଲୁଚାଇ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିବେଦନ କରିଛନ୍ତି।

Leave A Reply

Your email address will not be published.

9 + thirteen =

error: Content is protected !!
Open chat