ରାଉରକେଲା : ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ ପିକଅପକୁ ଧରି ପୁଲିସ୍ ଜିମା ଦେଲେ

0 459
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୫/୦୯: ବଜରଙ୍ଗ ଦଳର କର୍ମୀମାନେ ପୁଣିଏକ ଗୋରୁ ବୋଝେଇ ପିକ୍ଅପକୁ ଧରି ପୁଲିସ୍ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଖତକୁରବାହାଲରୁ ବନ୍ଧମୁଣ୍ଡା ଦେଇ ବିଶ୍ରାକୁ ଗୋଚାଲାଣ ହେଉଥିବା ୫ଟି ଗୋରୁ ବୋଝେଇ ପିକଅପକୁ ଧରିବା ଲାଗି ବଜରଙ୍ଗ ଦଳର କର୍ମୀମାନେ ପିଛା କରିଥିଲେ। ହେଲେ ସେଥିମଧ୍ୟରୁ ଗୋଟିଏ ଗାଡ଼ିକୁ ଧରି ବନ୍ଧମୁଣ୍ଡା ପୁଲିସର ଜିମା ଦେଇଥିଲେ l

ଅନ୍ୟ ଚାରିଟି ଗୋରୁ ବୋଝେଇ ଗାଡ଼ି ଫେରାର ହୋଇଯାଇଥିଲେ l କିନ୍ତୁ ଜବତ ଗାଡ଼ିର ଡ୍ରାଇଭର, ହେଲପର୍ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଜବତ ଗାଡ଼ିରୁ ୭ଟି ଗୋରୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତକୁରବାହାଲରୁ ବିଶ୍ରାକୁ ଏକ ଗୋରୁ ବୋଝେଇ ପିକଅପରେ ଗୋଚାଲାଣ ହେଉଥିଲା l ଏହାକୁ ଏକ ବୋଲେରୋ ଗାଡ଼ିରେ ୪ଜଣ ଲୋକ ଏସକର୍ଟ କରି ଆସୁଥିଲେ। ଏଖବର ପାଇ ବଜରଙ୍ଗ ଦଳର କେତେକ କର୍ମୀ ଉକ୍ତ ଗୋଚାଲାଣକାରୀମାନଙ୍କୁ ଧରିବା ଲାଗି ଏବଂ ଗାଇଗୋରୁଙ୍କୁ ଉଦ୍ଧାର କରିବା ଲାଗି ଉକ୍ତ ପିକଅପର ପିଛା କରିଥିଲେ।

ସେମାନେ ବିଶ୍ରା ଛକର ସିଆଇଏସଏଫ ଗେଟ ନିକଟରୁ ଗୋରୁ ବୋଝେଇ ପିକଅପକୁ ଅଟକାଇଥିଲେ। ପିକଅପରେ ଥିବା ୧୧ଟି ଗୋରୁ ଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପ୍ଲାଣ୍ଟ୍ ସାଇଟ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରଭେଜ୍ ହୁସେନ୍ ନାମକ ଜଣେ  ଗୋଚାଲାଣକାରୀଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.

seven + 12 =

error: Content is protected !!
Open chat