ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ୧୪ ଦିନିଆ ସଙ୍ଗରୋଧ : ବିଏମ୍‌ସି

0 131
greentech

ଭୁବନେଶ୍ୱର : ଜୁଲାଇ ୦୩:ରାଜଧାନୀକୁ ବାହାର ଶ୍ରମିକ ମନା । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ । ଲକ୍ଷଣ ଦେଖା ଦେଲେ କଣ୍ଟ୍ରାକଫର ନିଜ ଖର୍ଚ୍ଚରେ କୋଭିଡ୍‌ ପରୀକ୍ଷା କରାଇବେ । ତାପରେ ନିର୍ମାଣ କାର୍ଯ୍ୟରେ ଲଗାଇବେ । କଣ୍ଟ୍ରାକଫର ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଭଳିି ରୋକ୍‌ଠୋକ ଶୁଣାଇଛି ବିଏମ୍‌ସି ।


ଉତ୍ତର ପ୍ରଦେଶରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବା ପରେ ବିଏମ୍‌ସିର ଚେତା ପଶିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) କଠୋର ହୋଇଛି । ଲୋକଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ହୋଟେଲ ଓ ହସ୍ପିଟାଲିଟି, ଠିକାଦାର (ଉଭୟ ସରକାରୀ ଓ ବେସରକାରୀ)ମାନଙ୍କୁ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ବିଏମସି ଅଞ୍ଚଳକୁ ନଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ଅବଧି ମଧ୍ୟରେ ଶ୍ରମିକମାନଙ୍କୁ ଆଣନ୍ତି, ତା’ହେଲେ ସେମାନେ ଆସିବାର ୧୪ଦିନ ପର୍ଯ୍ୟନ୍ତ କ ୍ୱାରେଣ୍ଟାଇନରେ ଯେଭଳି ରହିବେ ତାହା ସୁନିଶ୍ଚିତ କରାଇବେ । ଯେଉଁ ସଂସ୍ଥାର କ୍ୱାରେଣ୍ଟାଇନ ସୁବିଧା ନାହିଁ ତେବେ ଶ୍ରମିକମାନେ ସରକାରୀ ସଙ୍ଗରୋଧରେ ରହିବେ । ଯଦି ସେମାନଙ୍କ ମଧ୍ୟରୁ କାହାରି ଦେହରେ ଲକ୍ଷଣ ଦେଖାଯାଏ ତା’ହେଲେ ବ୍ୟବସାୟିକ ସଂସ୍ଥାର ମାଲିକ ନିଜ ଖର୍ଚ୍ଚରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଇ ବିଏମସିକୁ ଅବଗତ କରାଇବେ ।

ସେହିପରି ରାଜ୍ୟର ହଟସ୍ପଟ ଜିଲ୍ଲା ପାଲଟିଥିବା ଗଞ୍ଜାମ, ଗଜପତି, ବାଲେଶ୍ୱର, କଟକ, ଭଦ୍ରକ, ରାୟଗଡ଼ା, ଓ ଯାଜପୁରରୁ ରାଜଧାନୀକୁ ଶ୍ରମିକଙ୍କୁ ଆଣିବାକୁ ମଧ୍ୟ ବିଏମସି ବାରଣ କରାଯାଇଛି । ଅଣହଟସ୍ପଟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ନଆଣିବାକୁ କୁହାଯାଇଛି । ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.

13 − 1 =

error: Content is protected !!
Open chat