ରାଜଧାନୀରେ ଚେର ମାଡି ଚାଲିଛି କରୋନା : ଭୁବନେଶ୍ୱରରୁ ଆଜି କେବଳ୪୬ ଆକ୍ରାନ୍ତ ଚିହ୍ନଟ

0 430
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭ : ଭୁବନେଶ୍ବର ସହରରେ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬ ଜଣ ପଜିଟିଭରୁ ୨୨ କ୍ବାରେଣ୍ଟିନ ଓ ୨୪ ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ୪ ଟି ଆରଟିଓ-୧ ଅଫିସରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲି, ପାତ୍ରପଡା, କଟକ ରୋଡ, ନୟାପଲ୍ଲି ବେହେରା ସାହି, ବମିଖାଲ, ୟୁନିଟ୍-8 ବଏଜ୍ ହାଇସ୍କୁଲ ନିକଟରୁ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପୋଖରୀପୁର କେଶରୀ ଭିଲ୍ଲା ପାଖରୁ ଜଣେ ଓ କୋଳଥିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ହସ୍ପିଟାଲର ୨ ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମସି ସୂଚନା ଦେଇଛି।

Leave A Reply

Your email address will not be published.

two × five =

error: Content is protected !!
Open chat