![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ଲଗାତର ଲକଡାଉନ ଓ ସଟଡାଉନ ଆଳରେ ରାଜଧାନୀ ଭୁବନେଶ୍ୱରରେ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ମହାମାରୀ କରୋନା ସକାଶେ ଯେତେବେଳେ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଲକଡାଉନ ଆରମ୍ଭ ହେଲା ସେହି ସମୟରେ କେତେକ ଅସାଧୁ ବ୍ୟବସାୟୀ ଆଳୁ ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଷ୍ଟକ ରଖି ଉଚ୍ଚା ଦରରେ ବିକ୍ରି କରିବାରୁ ପ୍ରଶାସନ ତରଫରୁ ବ୍ୟବସାୟୀ ଙ୍କୁ ତାଗିଦ କରାଯିବା ସହିତ ସେମାନଙ୍କ ଗୋଦାମ ଚଢାଉ କରାଯାଇ ଆଳୁ କିଲୋ ପିଛା ସର୍ବାାଧିକ ୨୦ ଟଙ୍କାରେ ବିକ୍ରି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ଦୋକାନରେ ଆଳୁ ଦର ସମେତ ବିଭିନ୍ନ ସାମଗ୍ରୀର ଦର ତାଲିକା ମଧ୍ୟ ଟଙ୍ଗା ଯାଇଥିଲା ।
![](https://i0.wp.com/kalingajyoti.com/wp-content/uploads/2020/08/download-10-10.jpg?resize=440%2C264&ssl=1)
ନିୟମିତ ଭାବେ ୫/୬ ମାସ ଲକଡାଉନ,ସଟଡାଉନ ଲାଗିରହିଥିବାରୁ ବ୍ୟବସାୟୀ ମାନେ ଏହାର ସୁଯୋଗରେ ଏବେ ପରିବା ଦର ହଠାତ୍ ବଢାଇ ଦେଇଛନ୍ତି । ଆଳୁ,ପିଆଜ ଦର କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ,ଟମାଟୋ,ଭେଣ୍ଡି,ପୋଟଳ,କାଙ୍କଡ,ଗାଜର,କଲରା କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲକୋବି,ବନ୍ଧା କୋବି ଗୋଟା ୫୦/୬୦ ଟଙ୍କା,ଝୁଡଙ୍ଗ ୪୦ ଟଙ୍କା,କଖାରୁ ୨୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା,ଲଙ୍କା ୧୨୦ ଟଙ୍କା,ଲେମ୍ବୁ ଗୋଟା ୫ ଟଙ୍କା,ଧନିଆ ପତ୍ର ଶହ ୧୦ ଟଙ୍କା ରେ ବିକ୍ରି ହେଉଛି । ପ୍ରଶାସନର କୌଣସି ଅଙ୍କୁଶ ରହୁନଥିବାରୁ ପରିବା ବେପାରୀ ମାନେ ମନଇଚ୍ଛା ଦର କଷୁଛନ୍ତି । ଲକଡାଉନ,ସଟଡାଉନ ଯୋଗୁ ଶ୍ରମିକମାନେ କାମଧନ୍ଦା ପାଉନଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ସପ୍ତାହକୁ ମାତ୍ର ଦୁଇଦିନ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲୁଛନ୍ତି । ବେପାର ମାନ୍ଦା ଯୋଗୁ ସେମାନେ ମଧ୍ୟ ପରିବା ଦର ଉଚ୍ଚା ଯୋଗୁ ହଇରାଣ ହରକତ ହେଉଛନ୍ତି ।
![](https://kalingajyoti.com/wp-content/uploads/2020/08/download-12-6.jpg)
କେବଳ ସରକାରୀ ଚାକିରିଆ ଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।