ରାଜସ୍ଥାନରେ ପୁଣି ଗେହଲଟଙ୍କୁ ଘାରିଲାଣି ସରକାର ଭାଙ୍ଗିବା ଭୟ, ସମର୍ଥନରୁ ଓହରିଲେ ୨ BTP ବିଧାୟକ

0 360
greentech

ରାଜସ୍ଥାନ: ପଞ୍ଚାୟତ ନିର୍ବଚନରେ ରାଜ୍ୟରେ ବିଜେପି ଠାରୁ ବହୁ ପଛରେ ପଡିଯାଇଛି କଂଗ୍ରେସ ଦଳ । ରାଜ୍ୟରେ କଂଗ୍ରେସ ସରକାର ରହିଥିଲେ ମଧ୍ୟ ବିରୋଧି ବିଜେପି ପଞ୍ଚାୟତ ନିର୍ବାଚନରେ ନିଜକୁ ଶକ୍ତିଶାଳି ପ୍ରମାଣିତ କରିଛି । ଫଳାଫଳ ପାଇଁ କ୍ଷମତାଶିନ ଅଶୋକ ଗେହଲଟ ସରକାରଙ୍କ ଆଗରେ ଏବେ ଏକ ସଙ୍କଟ ଛିଡା ହୋଇଛି । ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି କଂଗ୍ରେସ ସରକାରଠାରୁ ନିଜର ସମର୍ଥନ ଫେରାଇ ଆଣିଛି । ବିଟିପିର ଦୁଇ ବିଧାୟକ ଲଗାତାର ଭାବରେ କଂଗ୍ରେସରୁ ନିଜର ସମର୍ଥନ ଫେରାଇ ଆଣିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଯେତେବେଳେ ଗେହଲଟ ସରକାର ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିଥିଲେ, ସେତେବେଳେ ଦୁଇଜଣ ବିଧାୟକ ଅଶୋକ ଗେହଲଟଙ୍କୁ ସମର୍ଥନ କରିଥିଲେ ।

ଏବେ ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସକୁ କେତେକ ଆସନରେ କ୍ଷତି ସହିବାକୁ ପଡିଛି । ବିଟିପି ବିଧାୟକ ଅଭିଯୋଗ କରିଥିଲେ କି ନିର୍ବାଚନରେ କଂଗ୍ରେସ ତାଙ୍କ ସହ ସମର୍ଥନ ଦେଇନଥିଲା ଏବଂ ଧୋକା ଦେଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପି ୧୮୩୩ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୭୧୩ ଆସନ ମିଳିଛି । ଏହାସହ ଜିଲ୍ଲା ପ୍ରମୁଖ ନିର୍ବାଚନରେ ମଧ୍ୟ ବିଜେପିର ପ୍ରଦର୍ଶନ କଂଗ୍ରେସ ଠାରୁ ବହୁତ ଭଲ ରହିଥିଲା ।

ତେବେ ଦୁଇ ବିଧାୟକଙ୍କ ସମର୍ଥନ ଓହରିଲା ପରେ ମଧ୍ୟ କଂଗ୍ରେସ ସରକାରଙ୍କୁ କୌଣସି ପ୍ରଭାବ ପଡିବ ନାହିଁ । କାରଣ ଏବେ କଂଗ୍ରେସ ପାକରେ ବହୁମତ ରହିଛି । କିନ୍ତୁ କିଛି ବିଧାନସଭା ଆସନରେ ଉପନର୍ବାଚନ ହେବ । ରାଜସ୍ଥାନରେ 200 ବିଧାନସଭା ଆସନ ରହିଛି । ଯେଉଁଥିରୁ କି ଏବେ ଗେହଲଟ ସରକାରଙ୍କ ପାଖରେ 118 ଆସନ ରହିଛି । ତେବେ ଏମାନଙ୍କ ଭିତରେ କିଛି ନିର୍ଦଳୀୟ ବିଧାୟକ ରହିଛନ୍ତି ।

ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଶଙ୍କା କରୁଥିଲେ କି ରାଜ୍ୟରେ ପୁଣିଥରେ ସରକାର ଭାଙ୍ଗିବାର ହଲଚଲ ଆରମ୍ଭ ହୋଇଛି । ଅଶୋକ ଗେହଲଟଙ୍କ ମୁତାବକ ବିଜେପି ପୁଣି ରାଜସ୍ଥାନ ଏବଂ ମହାରାଷ୍ଟ୍ରରରେ ସରକାର ଗଢିବାକୁ ଚେଷ୍ଟା କରିପାରେ ।

ଏଠାରେ ସୂଚନା ଥାଉି ଚଳିତ ବର୍ଷ ଆରମ୍ଭରେ କଂଗ୍ରେସକୁ ରାଜସ୍ଥାନରେ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା। ଦୀର୍ଘଦିନର ରାଜନୈତିକ ଡ୍ରାମା ପରେ ସଚିନ ପାଇଲଟ ରାଜି ହୋଇ ଫେରି ଆସିଥିଲେ । କିନ୍ତୁ ସେବେଠାରୁ ସଚିନ୍ ପାଇଲଟ୍ କୌଣସି ପ୍ରମୁଖ ଦାୟିତ୍ବ ପାଇନାହାଁନ୍ତି ।

Leave A Reply

Your email address will not be published.

fifteen + seventeen =

error: Content is protected !!
Open chat