ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଣ୍ଠି ପ୍ରସଙ୍ଗ : ଅନୁଧ୍ୟାନ କରିବ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି

0 396
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ  ଉଠୁଥିବା ବେଳେ ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ଏହି ଅନୁଷ୍ଠାନର ପାଣ୍ଠି ଏବଂ ଏହା ଦ୍ୱାରା କରାଯାଇଥିବା ବିଭିନ୍ନ ନିୟମ ଉଲ୍ଲଂଘନଗୁଡ଼ିକର ଅନୁସନ୍ଧାନ କରିବା। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହି କମିଟିର ନେତୃତ୍ୱ ନେବ। ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଦ୍ୱାରା କରାଯାଇଥିବା ନିୟମ ମଧ୍ୟ ଉଲ୍ଲଂଘନ ମାମଲାର ତଦନ୍ତ କରିବ।

MHA sets up inter-ministerial committee to coordinate investigations into violation of various legal provisions of PMLA, Income Tax Act, FCRA etc by Rajiv Gandhi Foundation, Rajiv Gandhi Charitable Trust & Indira Gandhi Memorial Trust.

Spl. Dir of ED will head the committee.

— Spokesperson, Ministry of Home Affairs (@PIBHomeAffairs) July 8, 2020

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ କରି କହିଛନ୍ତି ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଆନ୍ତ  ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ପିଏମଏଲଏ, ଆୟକର ଅଧିନିୟମ,ଏଫସିଆରଏ ଇତ୍ୟାଦିର ବିଭିନ୍ନ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ବିଷୟରେ ଅନୁସନ୍ଧାନ କରିବ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର  ସ୍ୱତନ୍ତ୍ର ନିର୍ଦ୍ଦେଶକ କମିଟିର ଦାୟିତ୍ୱ ତୁଲାଇବେ।

Visit website

Leave A Reply

Your email address will not be published.

2 × one =

error: Content is protected !!
Open chat