ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି : ଡିଜିପି ଅଭୟ

0 386
greentech

ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମ୍ମିଳନୀ ଉଦ୍‍ଘାଟିତ

କଟକ : ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି। ୨୦୨୦ରେ ଓଡ଼ିଶା ପୁଲିସ ଭଲଭାବେ କରୋନା ମୁକାବିଲା କରିଛି ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କହିଛନ୍ତି। ରବିବାର କଟକଠାରେ ରାଜ୍ୟର ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମ୍ମିଳନୀକୁ ଉଦ୍‍ଘାଟନ କରି ସେ ଏହା କହିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ୬୨ ତମ ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସଶସ୍ତ୍ର ବାଟାଲିୟନ୍‍ର କମାଣ୍ଡାଣ୍ଟ୍‍, ରେଞ୍ଜ ଆଇଜି ଓ ଡିଆଇଜି ପ୍ରମୂଖ ଯୋଗ ଦେଇଛନ୍ତି।

ଡିଜିପି ଶ୍ରୀ ଅଭୟ କହିଛନ୍ତି, ରାଜ୍ୟରେ ୪୭ ଜଣ ପୁଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ୯୦୦ରୁ ଅଧିକ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ୧୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ୨୧ ଜଣ ମାଓବାଦୀ ଆତ୍ମ ସମର୍ପର କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରୁ ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ କରାଯାଇଛି।

ଆସନ୍ତାକାଲି ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ (ସିଡିଏସ୍‍) ଜେନେରାଲ୍‍ ବିପିନ୍‍ ରାୱତ୍‍ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦ୍‍ବୋଧନ ଦେବେ। ସେହିପରି ଜାତୀୟ ସ୍ତରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏଥିରେ ନିଜର ଅଭିଜ୍ଞତା ସମ୍ପର୍କରେ ପୁଲିସ୍‍ ଅଧିକାରୀମାନଙ୍କୁ ଅବଗତ କରାଇବେ। ରାଜ୍ୟର ଆଇନ୍‍ଶୃଙ୍ଖଳା ପରିସ୍ଥିତି, ସଡକ ନିରାପତ୍ତା, ସାଇବର ଅପରାଧ, ମାଓ ମୁକାବିଲା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତା ୩୦ ତାରିଖଯାଏଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.

1 × two =

error: Content is protected !!
Open chat