ରାଜ୍ୟ କଂଗ୍ରେସ ନେତୃତ୍ୱ ଏବେ ପରିବର୍ତ୍ତନ ହେବାର ନାହିଁ : ରଂଜୀବ ବିଶ୍ୱାଳ

0 421
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା ପିସିସିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।

AICC ସେମିତି କିଛି ନିଷ୍ପତ୍ତି ନେଇନାହିଁ । ସେ ନିଜେ ମଧ୍ୟ ପିସିସି ସଭାପତି ରେସ୍‌ରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରଂଜୀବ ବିଶ୍ୱାଳ । ଗୁଜରାଟ ପିସିସିରେ ପରିବର୍ତ୍ତନ ପରେ ଓଡ଼ିଶାରେ ମଧ୍ୟ ଏହା ଦେଖିବାକୁ ମିଳିବ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।

ପିସିସି ସଭାପତି ପାଇଁ ଯେଉଁ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସୁଛି, ତାହା କପୋଳକଳ୍ପିତ । ଏଥିରେ କିଛି ସତ୍ୟତା ନ ଥିବା ରଂଜୀବ ବିଶ୍ୱାଳ କରିଛନ୍ତି। ଦୁଇ ଦିନ ତଳେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ, ପିସିସିରେ ପରିବର୍ତ୍ତନ ହେବ॥ ସଭାପତି ମଧ୍ୟ ବଦଳିପାରନ୍ତି । ୧୩ ଜଣ ନେତା ଏହାର ରେସ୍‌ରେ ଥିବା କହିଥିଲେ ସୁର।

ସେହିପରି ଶରତ ରାଉତ ମଧ୍ୟ କହିଥିଲେ, ବର୍ତ୍ତମାନର ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅଛି । ହେଲେ ଏହି ଦୁଇ ନେତାଙ୍କ ଆକଳନକୁ  ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ ।

Leave A Reply

Your email address will not be published.

10 − three =

error: Content is protected !!
Open chat