ରାତ୍ରିକାଳୀନ କର୍ଫ୍ୟୁ କଟକଣା ନ ମାନିଲେ, ଫାଇନ ଦେବେ…ଗିରଫ ହେବେ – ପୁଲିସ କମିଶନର

0 399
greentech

ରାତ୍ରିକାଳୀନ କର୍ଫ୍ୟୁ କଟକଣା ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଖିଲାପକାରୀଙ୍କୁ କେବଳ ଫାଇନ ନୁହେଁ, ଆବଶ୍ୟକ ପଡିଲେ ଗିରଫ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାର ସହରାଂଚଳ ଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ଆଜିଠାରୁ ଲାଗୁ କରିଛନ୍ତି। କଟକ ଏବଂ ଭୁବନେଶ୍ୱର ଦ୍ୱେତ ନଗରୀରେ ଆଜି ରାତି ୯ଟାରୁ ଏହି ବ୍ୟବସ୍ଥା ଲାଗୁ ହେଉଥିବାରୁ ଉଭୟ ସହରର ଅଧିବାସୀ ରାତ୍ରିକାଳୀନ କର୍ଫ୍ୟୁ ପାଳନରେ ସହଯୋଗ କରିବାକୁ ପୁଲିସ କମିଶନର ନିବେଦନ କରିଛନ୍ତି।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରାଇବା ନିମନ୍ତେ ପୁଲିସ ପ୍ରସ୍ତୁତ ରହିଛି ଏବଂ ଏଥିପାଇଁ ଭୁବନେଶ୍ୱର ସହରାଞ୍ଚଳରେ ୨୫ଟି କୋଭିଡ କଟକଣା ପଏଣ୍ଟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଏହି କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ୬୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ୱାବଧାନରେ ୧୦ ପ୍ଲାଟୁନରୁ ଅଧିକ ଫୋର୍ସ ନିୟୋଜନ କରାଯିବ। ତେବେ ଅତ୍ୟାବଶ୍ୟକ ସେବା ଓ ସେଥିରେ କାର୍ଯ୍ୟରତ କର୍ମଚାରୀଙ୍କ ଯାତାୟତରେ କୌଣସି କଟକଣା ନ ଥିବାରୁ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଅନ୍ୟ କାହାରିକୁ ପାସ ଦିଆଯିବ ବ୍ୟବସ୍ଥା ନାହିଁ ବୋଲି ପୁଲିସ କମିଶନର କହିଛନ୍ତି। ଏହା ଛଡା କଟକ ଏବଂ ଭୁବନେଶ୍ୱରରେ ଧାରା ୧୪୪ ମଧ୍ୟ ଲାଗୁ କରାଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

Leave A Reply

Your email address will not be published.

1 + 15 =

error: Content is protected !!
Open chat