ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ- ଓଡିଆ ଡାକ୍ତର ଅସ୍ତ୍ରୋପଚାର ଟିମ୍‌ରେ ସାମିଲ୍

0 412
greentech

ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ । ଦିଲ୍ଲୀ ଏମସ୍‌ରେ ଏକ ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କର ବାଇପାସ୍‌ ସର୍ଜରୀ କରିଥିଲେ । ଏଥିରେ ଓଡିଆ ଡାକ୍ତର ଅକ୍ଷୟ ବିଶୋୟୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅକ୍ଷୟ ବିଶୋଇ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ତାଙ୍କ ସହ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ହୃଦରୋଗ ବିଭାଗର ବିଶେଷଜ୍ଞମାନେ ସାମିଲ ଥିଲେ ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି । ମଙ୍ଗଳବାର ତାଙ୍କର ବାଇପାସ୍ ସର୍ଜରୀ କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ବିଶେଷଜ୍ଞମାନେ ତାଙ୍କୁ ତଦାରଖ କରୁଛନ୍ତି ।

ମିଳିଥିବା ବିବୃତ୍ତି ଅନୁଯାୟୀ, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨୭ ମାର୍ଚ୍ଚ ଅପରାହ୍ନରେ ଦିଲ୍ଲୀର AIIMS କୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ଡାକ୍ତରମାନେ ତାଙ୍କୁ ବାଇପାସ୍ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । । ଛାତି ଜନିତ ସମସ୍ୟା ପରେ ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସେନାର ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲକୁ ଅଣାଯାଇଥିଲା ।

ଡାକ୍ତରଖାନାର ମେଡିକାଲ ବୁଲେଟିନ୍‌ରେ କୁହାଯାଇଛି, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି । ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) କୁ ରେଫର୍ କରାଯାଇଥିଲା ।

Leave A Reply

Your email address will not be published.

ten + 6 =

error: Content is protected !!
Open chat