ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା

0 458
greentech

କଟକ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ସାରା ରାଜ୍ୟରେ ୧୨ ହଜାର ୯ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫଇସଲା ହୋଇଛି। ପ୍ରାକ୍ ମୋକଦ୍ଦମା ସ୍ତରୀୟ ୭୯ ହଜାର ୯୧୨ଟି ମାମଲା ମଧ୍ୟରୁ ୨ ହଜାର ୯୮୬ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା।

ସେହିଭଳି ୪୩ ହଜାର ୨୪୭ଟି ବିଚାରାଧୀନ ମାମଲା ମଧ୍ୟରୁ ୯ ହଜାର ୨୩ଟି ମାମଲା ଆପୋସ ବୁଝାମଣାରେ ଫଇସଲା କରାଯାଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୯୧ କୋଟି ୫୮ ଲକ୍ଷ ୪ ହଜାର ୬୫୪ ଟଙ୍କା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ଫଇସଲା ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ୩୬୮ ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୯୬୪ ଚେକ୍ ବାଉନ୍ସ, ୬୨୬ଟି ବ୍ୟାଙ୍କ ଋଣ, ୯୦୯ଟି ମୋଟରଯାନ ଦୁର୍ଘଟଣାଜନିତ, ୨୧ଟି ବିଦ୍ୟୁତ ଓ ଜଳ ଓ ଅନ୍ୟ ବିଲ୍ ସଂପର୍କିତ, ୫୭୬ଟି ପାରିବାରିକ ଓ ବୈବାହିକ ବିବାଦ, ୫୧ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୮ଟି ଚାକରି ସଂକ୍ରାନ୍ତୀୟ, ୧୩୫୪ଟି ଦେୱାନୀ ଓ ୪୦୭୬ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥରିଟି ନିର୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.

sixteen − 7 =

error: Content is protected !!
Open chat