ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗର ପ୍ରିଣ୍ଟ ଦେବେନି ହିତାଧିକାରୀ

0 407
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏହି ନିୟମ ବଳବତ୍ତର ରହିବ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି ସୂଚନା ଦେଇଛନ୍ତି।

ରାସନ ସାମଗ୍ରୀ ଆଣିବା ସମୟରେ ହିତାଧିକାରୀ ଫିଙ୍ଗରପ୍ରିଣ୍ଟ ଦେଇଥାନ୍ତି। ସେହି ମେସିନରେ ଅନେକ ଲୋକଙ୍କ ଆଙ୍ଗୁଠି ଲାଗୁଥିବାରୁ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଫିଙ୍ଗର ପ୍ରିଣ୍ଟ ନଦେବାକୁ କୁହାଯାଇଛି।

Leave A Reply

Your email address will not be published.

10 + one =

error: Content is protected !!
Open chat