![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
- ଲକ୍ଡାଉନ୍ ଯୋଗୁଁ ବଢ଼ିଛି ସାଇବର ଠକେଇ
- ଅନ୍ଲାଇନ୍ କାରବାରକୁ ଟାର୍ଗେଟ୍ କରୁଛନ୍ତି ଅପରାଧୀ
- ଏପ୍ରିଲ ୧ରୁ ଏଯାଏଁ ଘଟିଲାଣି ୬୫୦ଟି ସାଇବର ଅପରାଧ
![](https://i0.wp.com/kalingajyoti.com/wp-content/uploads/2020/08/download-11-11.jpg?resize=519%2C142&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୮: କରୋନା ମହାମାରୀ ଯୋଗୁଁ ଦୀର୍ଘ ୫ ମାସ ଧରି ଲକ୍ଡାଉନ୍ ଫଳରେ ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଇଛି। ଏଥିମଧ୍ୟରୁ ସାଇବର ଠକେଇ ଅନ୍ୟତମ। ଲକ୍ଡାଉନ୍ ପାଇଁ ଲୋକଙ୍କୁ ଘରେ ରହିବାକୁ ପଡ଼ୁଥିବାରୁ ଅଧିକାଂଶ ଆର୍ଥିକ କାରବାର ଅନ୍ଲାଇନ୍ରେ ହେବା ଫଳରେ ସାଇବର ଅପରାଧ ସେହି ପରିମାଣରେ ବଢ଼ିଛି। ବିଶେଷକରି ବ୍ୟାଙ୍କ ଦେଣନେଣ ସମୟରେ ଗ୍ରାହକମାନେ ସାଙ୍ଘାତିକ ଠକାମିର ଶିକାର ହୋଇଛନ୍ତି।
![](https://kalingajyoti.com/wp-content/uploads/2020/08/download-8-9.jpg)
ଜାନୁଆରୀ ପହିଲାରୁ ଜୁଲାଇ ୩୧ ମଧ୍ୟରେ ରାଜ୍ୟରେ ୯୪୨ଟି ଏହିଭଳି କେସ୍ ରୁଜୁ କରାଯାଇଥିବା ବେଳେ ଲକ୍ଡାଉନ୍ ପରଠାରୁ ଅର୍ଥାତ୍ ଏପ୍ରିଲ ପହିଲା ପରଠାରୁ ୬୫୦ଟି ସାଇବର ଅପରାଧ ଘଟଣା ଘଟିଛି। ପଞ୍ଜିକୃତ ସାଇବର ଅପରାଧ ଭିତରେ ସୋସିଆଲ ମିଡିଆରେ ମିଛ ଭିଡିଓ ଅଡିଓ କ୍ଲିପ୍ର ପ୍ରସାରଣ ମଧ୍ୟ ଅନ୍ତର୍ଭୁକ୍ତ। ଏହିଭଳି ୭୩ଟି ଘଟଣା ସାମ୍ନାକୁ ଆସିଛି। ପୋଲିସ ବିଭାଗର ଡାଟା କହୁଛି ଗତ ବର୍ଷ ଏହି ସମୟ ମଧ୍ୟରେ ପାଖାପାଖି ୮୦୦ଟି ମାମଲା ଆସିଥିଲା।
![](https://i0.wp.com/kalingajyoti.com/wp-content/uploads/2020/08/images-6-9.jpg?resize=547%2C364&ssl=1)
ସାଇବର ଅପରାଧ ବୃଦ୍ଧି ପଛରେ ଅନଲାଇନ କାରବାର ଏକ ବଡ଼ କାରଣ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। କରୋନା ସଂକ୍ରମଣ ଭୟରେ ଲୋକେ ବ୍ୟାଙ୍କ କିମ୍ବା ଏଟିଏମ୍ ପାଖକୁ ନଯାଇ ଘରେ ବସି କାରବାର କରିବାକୁ ଚେଷ୍ଟା କରିବା ଭିତରେ ସାଇବର ଠକମାନେ ଏହାର ସୁଯୋଗ ନେଇଥିଲେ ବୋଲି କହିଛନ୍ତି ଏହି ବରିଷ୍ଠ ଅଧିକାରୀ।
![](https://kalingajyoti.com/wp-content/uploads/2020/08/download-10-11.jpg)
ସରକାରୀ ସୂତ୍ର ଅନୁଯାୟୀ ଅଧିକାଂଶ ଗ୍ରାହକ ଫିସିଂର ଶିକାର ହେବା ଫଳରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ସେହିଭଳି କିଛି ଗ୍ରାହକ ଅନ୍ଲାଇନ୍ କାରବାରର ତରିକା ଜାଣି ନଥିବା କାରଣରୁ ପାସୱାର୍ଡ ଓ ପିନ୍ ନମ୍ବର ଦେଇଦେବା ପରେ ଠକାମିର ଶିକାର ହୋଇଥିବା ନଜରକୁ ଆସିଛି।