ଲୋକାଲ ଖେଳଣା ପାଇଁ ଭୋକାଲ ହୁଅନ୍ତୁ, ଭାରତୀୟ ଥିମରେ ତିଆରି ହେଉ ଖେଳଣା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0 530
greentech


କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଲୋକ ମାନଙ୍କୁ ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ଆହ୍ୱାନ କରିଛନ୍ତି ।ଏହା ଏକ ବଡ ବଜାର ହୋଇଥିବା ବେଳେ ଭାରତୀୟ ଥିମରେ ଖେଲଣା ତିଆରି କରିବାକୁ ସେ ଆହ୍ୱାନ କରିଛନ୍ତି ।


ସେ କହିଛନ୍ତି ଯେ ଆମ ଦେଶରେ ସ୍ଥାନୀୟ ଖେଳଣାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ଅନେକ ପ୍ରତିଭାଶାଳୀ ଏବଂ ଦକ୍ଷ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ସିଦ୍ଧହସ୍ତ । ଭାରତର କିଛି କ୍ଷେତ୍ର ଟୟ୍‌ କ୍ଲଷ୍ଟର ଅର୍ଥାତ ଖେଳଣା ତିଆରି କେନ୍ଦ୍ର ରୂପେ ବିକଶିତ ହେବାରେ ଲାଗିଛନ୍ତି । ଯେମିତିକି, କର୍ଣ୍ଣାଟକ ରାମନଗରମ୍‌ର ଚନ୍ନାପାଟଣା, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲୀ, ତାମିଲନାଡ଼ୁର ତାଂଜୋର, ଆସାମର ଧୁବ୍‌ରୀ, ଉତରପ୍ରଦେଶର ବାରାଣସୀ । ଏମିତି ଅନେକ ଜାଗା ରହିଛି । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ବିଶ୍ୱର ଖେଳଣା ବଜାରରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୁଏ । ୭ ଲକ୍ଷ କୋଟିର ଏତେ ବଡ଼ କାରବାର, ଅଥଚ ଭାରତର ଅଂଶ ଏଥିରେ ବହୁତ କମ ରହିଛି ।

ଏବେ ଆପଣ ଚିନ୍ତା କରନ୍ତୁ ତ, ଯେଉଁ ଦେଶର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠି ଏତେ ସବୁ ବିବିଧତା ଭରି ରହିଛି, ଯୁବଶକ୍ତି ରହିଛି, ଖେଳଣା ବଜାରରେ ତାର ଅଂଶ ଏତେ କମ ହେବା କ’ଣ ଆମକୁ ଶୋଭା ପାଇବ ନାହିଁ ବୋଲି ସେ କହିଛନ୍ତି । ଖଳଣା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି । ଗୃହ ଉଦ୍ୟୋଗ ହେଉ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ହେଉ, ଏମ.ଏସ.ଏମ.ଇ ହେଉ, ଏହାସହିତ ବଡ଼ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମଧ୍ୟ ଏହାର ପରିସରଭୁକ୍ତ । ଏହାର ଉନ୍ନତି ପାଇଁ ସାରା ଦେଶକୁ ମିଶି ପରିଶ୍ରମ କରିବାକୁ ହେବ । ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‌ର ଶ୍ରୀମାନ ସି.ବି. ରାଜୁଙ୍କ ଗାଁରେ ଏକଦା ଏତି-କୋପକ୍କା ଖେଳଣା ଖୁବଚାଲୁଥିଲା । ଏହାର ବିଶେଷତ୍ୱ ଏହାଥିଲା ଯେ, ଏହା କାଠରେ ତିଆରି ହେଉଥିଲା । ଆଉ ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଏଥିରେ କୌଣସି ପ୍ରକାର କୋଣ ବା ଧାର ରହୁ ନଥିଲା । ସବୁଆଡ଼ୁ ଏହା ଗୋଲାକାର ଥିଲା । ତେଣୁ ଛୋଟ ପିଲାଙ୍କୁ ଏହାଦ୍ୱାରା କୌଣସି ପ୍ରକାର ଶାରୀରିକ କ୍ଷତି ହେବାର ସମ୍ଭାବନା ରହୁ ନ ଥିଲା । ସି.ବି. ରାଜୁ ଏତି-କୋପ୍ପକା ଖେଳଣା ପାଇଁ ନିଜ ଗାଁର କାରିଗରମାନଙ୍କ ସହ ମିଶି ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଉନ୍ନତ ମାନର ଏତି-କୋପ୍ପକା ଖେଳଣା ତିଆରି କରି ସି.ବି. ରାଜୁ ନିଜ ଅଂଚଳର ବିଲୁପ୍ତ ଗୌରବକୁ ଫେରାଇ ଆଣିଛନ୍ତି ।

ଖେଳଣା ଦ୍ୱାରା ଆମେ ଦୁଇଟି କାମ କରିପାରିବା – ଆମ ଗୌରବପୂର୍ଣ୍ଣ ଅତୀତକୁ ନିଜ ଜୀବନକୁ ଫେରାଇ ଆଣିପାରିବା ଏବଂ ନିଜ ପାଇଁ ସୁନେଲି ଭବିଷ୍ୟତଟିଏ ମଧ୍ୟ ଗଢ଼ିପାରିବା । ସେ ଯୁବ ନୂଆ ଉଦ୍ୟୋଗୀମାନଙ୍କୁ ମିଳିମିଶି ଖେଳଣା ତିଆରି କରିବାକୁ ଆହ୍ୱାନ କରିଛନ୍ତିା । ଏବେ ଆମେ ସମସ୍ତେ ଲୋକାଲ୍‌ ଖେଳଣା ପାଇଁ ଭୋକାଲ୍‌ ହେବାର ସମୟ ଆସିଛି । ଆମେ ଆମର ଯୁବବନ୍ଧୁମାନଙ୍କ ପାଇଁ କିଛି ନୂତନ ଧରଣର, ଉନ୍ନତ ମାନର ଖେଳଣା ତିଆରି କରିବା । ଖେଳଣା ଏମିତି ହେଉ ଯାହାଦ୍ୱାରା ଶୈଶବ ଫୁଟିଉଠୁ, ହସିଉଠୁ । ଆମେ ଏଭଳି ଖେଳଣା ତିଆରି କରିବା ଯାହା ପରିବେଶ ଅନୁକୂଳ ମଧ୍ୟ ହୋଇଥିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

14 − three =

error: Content is protected !!
Open chat